STORYMIRROR

DR SAMIR RANJAN BEHERA

Abstract Classics Inspirational

3  

DR SAMIR RANJAN BEHERA

Abstract Classics Inspirational

ବୁଢା ବାପା ମା

ବୁଢା ବାପା ମା

1 min
281

ରେ ବାଇମନ କାହିଁ ଏମିତି ହଉଛୁ

ଅନ୍ୟାୟ ଅନୀତି କରୁଛୁ

ସ୍ୱାର୍ଥାନ୍ଧ ହେଉଛୁ

ଗର୍ବ ଦମ୍ଭ ରେ ଫୁଲୁଛୁ 

ବାପ ମା ଙ୍କୁ ଅବହେଳା କରୁଛି

ଆରେ ସେମାନେ ସାକ୍ଷାତ ଦେବତା

ଏକଥା କେମିତି ଭୁଲିଯାଉଛୁ l


ଦଶ ମାସ ଗର୍ଭ ରେ ରଖି

କେତେ କଷ୍ଟ ସେ ମାଆ ସହିଛି

ତୋତେ ଟିକେ ଖୁସି ଦେବା ପାଇଁ

ନିଜ ସୁଖ ବଳି ଦେଇଛି

ତୋ ପେଟରେ ଟିକେ ଦାନା ଦେଇ

କେତେ ସେ ଉପାସ ରହିଛି

ତୋର କେତେ କେତେ ଅଳି ଅଝଟ

ସବୁକୁ ସେ ଯେ ସହିଛି 

ତୋତେ ବଞ୍ଚାଇବା କୁ ଯାଇ

କେତେ ସେ ସଂଘର୍ଷ କରିଛି

ତୋର ଶୁଭ ମନାସି

କେତେ ଯେ ଦୀପ ଜାଳିଛି

ହେଲେ ଆଜି ମରୀଚିକା ପଛେ ଧାଉଁଛୁ

ଆଉ ସବୁ ଭୁଲି ଯାଉଛୁ l


ମାଆ ଟା ଆଜି ବୁଢ଼ୀ ହେଇଗଲା ଯେ 

ସବୁବେଳେ ଖେଟେ ଖେଟେ ହଉଛୁ

ସେବା ଭଲ ପାଇବା ତ ଦେଉନୁ ବାବୁ ରେ

ତିରସ୍କାର ତୁଇଁ କରୁଛୁ

ଘରେ ଦୁଇଟା ଖାଇବାକୁ ଦେଉଛୁ ବୋଲି

ବୋଝ ବୋଝ ତୋତେ ଲାଗୁଛୁ

ଘରୁ ବାହାରକରି ଦେଇ

ବୃଦ୍ଧାଶ୍ରମ ରେ ରଖିବା କଥା ଭାବୁଛୁ 


ଏହି କଣ ତୋର ମାନବିକତା

ଭୁଲିଯାଉଛୁ ଯେ

ତୁ ବି ଦିନେ ବୁଢା ହେବୁ 

ତୋର ବି ବଳ ବୟସ ସରିବ

ଯେଉଁ ବାପା ମା ଙ୍କୁ ଖରାପ ବ୍ୟବହାର କରୁଛୁ

ତୁ ବି ସେଇଥିରେ ଶୀକାର ହେବୁ

ଏଣୁ ରେ ବାଇମନ

ବେଳଥାଉ ଥାଉ ସୁଧୁରି ଯାଅ

ପିତା ମାତା ଙ୍କୁ ସମ୍ମାନ ଦିଅ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract