ବୁଦ୍ଧ
ବୁଦ୍ଧ
ଏବେବି ଜୀବିତ ତୁମ ସତ୍ୟ
ଜାଗୁଛି ପ୍ରତ୍ୟେହ ମର୍ମେ ନିତ୍ୟ
କି ସଂସାର ସୁଖ ବୁଝି ବୁଝାଇଥିଲ ସନ୍ଥ
ବୁଝିନପାରି ବାଟ ସାରା ରକ୍ତ
ଝୁଣ୍ଟି ଝୁଣ୍ଟି ସାରା ଜୀବନ କ୍ଷତାକ୍ତ
ହେ ବୁଦ୍ଧ ପରମ ପିତା ଅନାସକ୍ତ
ଧରି ହସ୍ତ ଆଉଥରେ କହିଦିଅ
ଅଢେଇ ଦିନ ସଂସାର ଅନିତ୍ୟ ନିଶ୍ଚିନ୍ତ
କି ସୁଖ ସବୁ ମାୟା ଅଳୀକ ସ୍ତ୍ରୀ ପୁତ୍ର
ରୋଗ, ଦାରିଦ୍ର୍ୟ, ବାର୍ଦ୍ଧକ୍ୟ ଆସିବ ଅନେଶତ
ଥରେ ଥରେ ମାଟି ମାଆ କୋଳେ ଜନ୍ମି ବରପୁତ୍ର
ଶିଖାନ୍ତି ସଂହତି ଧର୍ଯ୍ୟ ମୁକ୍ତିର ପଥ
ଆସକ୍ତି ମୋହରେ କିଏ ବୁଝେନା ପାପଗ୍ରସ୍ତ
ବାଣୀ ଶୁଣି ଦେଖାଇ ଠାଣି କହେ ବହୁତ
ଛାଡ଼ି ଚାଲିଗଲା ପରେ ଦୁଃଖରେ ଆପ୍ଲୁତ
ତୁମେ ସତ୍ୟ ଶିବ ସୁନ୍ଦର ସାନାତନ ଆର୍ଯ୍ୟ
ରାଜପୁତ୍ର ହୋଇ ମଧ୍ୟ ଭେଦିଲ ଉର୍ଦ୍ଧ ଆସକ୍ତ
କାମନାର ବିନାଶରେ ଦୁଃଖର ବିନାଶ ସତ
କିଏ ଶିଖିଲା ନୀତି ତୁମ କିଏ କହି ଅସାମାପ୍ତ
ଆଜି ଭିଜୁଛି ଆଖିଲୁହ କେତେ ପଣତ ପର୍ଯ୍ୟାପ୍ତ
ସ୍ତ୍ରୀ ପୁରୁଷ ନିର୍ବିଶେଷେ ବୁଝନ୍ତି ଜୀବନ କଦର୍ଥ
କି ହେବ ପ୍ରଭୁ ଲେଡି ଗୁଡ଼ କହୁଣୀକୁ ଗଲେ
ଫେରିପାଇବା ଚାଟିଲେ ବି ନହୁଏ ପ୍ରାପ୍ତ
ବୁଦ୍ଧମ ଶରଣମ ଗଛାମି ଆଜି ଅନେକ ଆଦୃତ
ଜୀବନର ମିଠା ବାଣୀ ସର୍ବତ୍ର ଆଚ୍ଛାଦିତ.।।
