STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ବସୁଧୈବ କୁଟୁମ୍ବକମ୍

ବସୁଧୈବ କୁଟୁମ୍ବକମ୍

1 min
15


ଗୌରବର ଗାଥା       ଭାରତବର୍ଷର 

     ଶିକ୍ଷାଦିଏ ବିଶ୍ବସାରା

ବସୁଧୈବ ମନ୍ତ୍ର        କୁଟୁମ୍ବକମ୍ ର

     ଧର୍ମ ସନାତନ ପରା !!


ଯେଉଁ ଦେଶେ ଜନ୍ମ   କୃଷ୍ଣ ରାମ ଗାନ୍ଧୀ

      ଏହୁରେ ଭରତ ଭୂଇଁ

ଋଷି ମୁନିଙ୍କର      ତପସ୍ୟା ର ଭୂମି

      ଜ୍ଞାନ ଓ ବିଜ୍ଞାନ ଯହିଁ !!


ଭାବେ ପରିବାର     ସମସ୍ତ ସଂସାର

      ଶାନ୍ତି ମନ୍ତ୍ର ଅଟେ ଯାର

ସମବାଭ ଯାର     ସଂସ୍କୃତି ସଂସ୍କାର 

      ସୁବାଷ ବୋଷ ବୀରର !!


ମନ୍ତ୍ର ଅହିଂସାର     ଚନ୍ଦନ ଲେପନ

     ସତ୍ୟ ପ୍ରେମ ଶ୍ରଦ୍ଧା ଯାର

ଦୃଷ୍ଟ ଜନ ପାଇଁ ‌    କାଳ ମହାକାଳ

     ଜ୍ଞାନ ବିବେକାନନ୍ଦର !!


ଗୌରବର କୀର୍ତ୍ତି    ଗୁଞ୍ଜୁଛି ବିଶ୍ବରେ

      ଧର୍ମ ସନାତନ ଯାର

ବିଶ୍ବଗୁରୁ ପରି     ସମ୍ମାନ ବିଶ୍ବରେ

     ଅହିଂସା ମନ୍ତ୍ର ଦେଶର !!


ରାମରାଜ୍ୟ ପରି    ଶାସନ ରାଷ୍ଟ୍ରର

     ନାହିଁ ଜାତି ଭେଦ ତହୁଁ

ବସୁଧୈବ ଜ୍ୟୋତି  ସମଭାବ ପ୍ରୀତି

     ଶାସନ ବ୍ୟବସ୍ଥା ଯହିଁ !!


ଶାନ୍ତିର ସନ୍ଦେଶ    ବିଶ୍ବକୁ ଦେଉଛି 

      ଏହୁତ ଭାରତବର୍ଷ 

ଆଦର ସମ୍ମାନ    ଦେଉଛି ଦୁନିଆ

      ଜାଗ୍ରତ ହେଉଛି ହର୍ଷ !!


ଆସିଛି ସମୟ     ଅମୃତର କାଳ

     ଗୁଞ୍ଜେ ନାମ ରାମ ରାମ

ରାଷ୍ଟ୍ର ଶକ୍ତିଶାଳୀ   ନିର୍ମିତ ହେଉଛି

    ଜନ ହୀତେ ହୁଏ କାମ !!

      

କାଳିଆ କାଳିଆ  ରାବ ପୁରୀ ଧାମ

     ରାଧାକୃଷ୍ଣ ବୃନ୍ଦାବନ

ରାମ ବାଲ୍ୟରୂପ ଅଯୋଧ୍ୟା ଭୂଇଁରେ

     ବିଭିନ୍ନ ରୂପେ ପୂଜନ !!

         



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract