STORYMIRROR

Sunanda Mohanty

Romance

2  

Sunanda Mohanty

Romance

ବସନ୍ତର କେତେ ରଙ୍ଗ

ବସନ୍ତର କେତେ ରଙ୍ଗ

1 min
120

ଜହ୍ନ କହେ ନିରୋଳା ରେ ଆ ସାଥି ତୁ ଧୀରେ, ଖସଡ଼ା ଏ ବାଟ ହେଲେ ଏପଟ ସେପଟ,ଲାଗିଯିବ ନିଆଁ ପାଉଁଶରେ. ନିଆଁ ନଥିଲେ କି ଧୂଆଁ ଉଠେ ପ୍ରତିଶୃତି କିଏ ଦିଏ କାରେ.ତୋ ମନ ବୁଝିଛିରେ ଏଇ ଜହ୍ନ, ସେପାଇଁ ଆଖି ଛୁଇଁ ଆଜି ଶପଥ କରେ, ଭଲପାଇବାରେ କଳଙ୍କ ନଲାଗୁ, ପ୍ରଜାପତି ଝାଡୁ ତା ଡେଣା ପୁଣି ଥରେ. ଚିକ ମିକି କରୁ ତାରା ଫୁଲସବୁ ରାତ୍ରୀ ର ଅତିଥି ହେଉବାରେ, ମାରିନଯାଉ ତା ଚେତନା ଚୈତନ୍ୟ ରହିଥାଉ ସବୁରି ପ୍ରାଣରେ. ଆଲୋକ ଅନ୍ଧାର ଖେଳ ଏଠି ଚାଲେ, ସବୁ ଆରମ୍ଭର ଶେଷ ପରେ. ତୁ ମୁଁ ଛାର କିଏ ଅବା କାର କିଏ ବି ନିଜର କିଏ ପୁଣି ପର, ସବୁ ପରିସ୍ଥିତି ସୌଦାଗର ନେବା ଭଲପାଇବାର ଶପଥରେ.ପୁଣିଥରେ ଦିନ ପରେ ରାତି ସୁଖ ପରେ ଦୁଃଖ, ଦୁନିଆଁରେଥାଇ କିଏ ନଜାଣେ,ବେଭାର ଆଭାରୀ କିଏ ପତ୍ରେ ପତ୍ରେ କିଏ ଡାଳରେ. ଶୀତ ବୁଲିଚାହେଁ ପଛରେ ବସନ୍ତ କେଡେ ହନ୍ତସନ୍ତ, ଋତୁରାଜା ବୋଲାଇ ଏଇ ମର୍ତ୍ୟରେ.


Rate this content
Log in

Similar oriya poem from Romance