STORYMIRROR

Sandhyarani dash

Romance

3  

Sandhyarani dash

Romance

ବସନ୍ତ

ବସନ୍ତ

1 min
327

ଋତୁରାଜ ବସନ୍ତ ର ଆଗମନେ

ମଳୟର ସ୍ପର୍ଶ ଛୁଏଁ

କୋଇଲିର କୁହୁ ମଧୁର ଗାନରେ

ମନକୁ ସେ ଟାଣି ନିଏ।

ସ୍ବପ୍ନ ଭରିଦିଏ କ୍ଷୁଧାକୁ ବଢାଏ

ସପନ ରାଇଜେ ନେଇ

ପୁଷ୍ପ ପାରି ପାଟି ରଙ୍ଗର ଜୁଆର

ମତୁଆଲ୍ କରି ଦେଇ।

ମନରେ ଭରାଏ ଉନ୍ମାଦନା ଛାୟା

ଆମ୍ବ ବଉଳର ବାସ୍ନା

ମନ୍ତ୍ର ମୁଗ୍ଧ ସେହି ପକ୍ଷୀର ଭ୍ରମଣ

ରାତ୍ରିର ସୁଭ୍ରତା ଯୋତ୍ସ୍ନା।

ମୃଦୁ ହାସ୍ୟ ଦେଇ ପ୍ରବେଶ କରିଛି

ପ୍ରକୃତି ସୌନ୍ଦର୍ଯ୍ୟ ଛିଟା

ଘାସର ଗାଲିଚା ଚକ୍ ଚକ୍ କରେ

ମାନସ ଚିତ୍ରର ପଟ୍ଟା।

ସ୍ଵାଗତ ସଙ୍ଗୀତ ମୂର୍ଚ୍ଛନା ତୋଳଇ

ବସନ୍ତ ର ଆଗମନେ

ପ୍ରେମ ସୋପାନର ଶୁଭାରମ୍ଭ ହୁଏ

ପ୍ରେମୀ ଯୁଗଳଙ୍କ କାନେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance