STORYMIRROR

Nrusingha Narayan Tripathy

Classics Inspirational Others

3  

Nrusingha Narayan Tripathy

Classics Inspirational Others

ବସନ୍ତ ପଞ୍ଚମୀ

ବସନ୍ତ ପଞ୍ଚମୀ

1 min
649


ଶେଷରେ ଶୀତର ପର୍ବ ପ୍ରସ୍ତୁତିର 

ଆସେ ଋତୁରାଜ ଋତୁର 

ଆନନ୍ଦ ବିଭୋର ତରୁ, ଜୀବ, ନର

ନାହିଁ ଗ୍ରୀଷ୍ମ, ଶୀତ,କାକର

"ବସନ୍ତ "

ଦକ୍ଷିଣ ଦିଗରୁ ପବନ

ସ୍ମିତ ହାସ୍ୟ କରି ମୃଦୁ ମୃଦୁ ବହି

ଧରା ପୃଷ୍ଠେ କରେ ଗମନ ll


ଆମ୍ରଗଛ ଫୁଲ ସୁନ୍ଦର ବଉଳ

ସୁଗନ୍ଧେ ସୁବାସେ ବିସ୍ତରେ

ବସନ୍ତ ସମୟେ ତନୁ ମନ ମଜେ

ପ୍ରୀତିର ପରାଗେ ମସ୍ତିରେ

ସ୍ବାଗତଂ

ବସନ୍ତ ପଞ୍ଚମୀ ତିଥିରେ

ଆରଧନା କରୁ ଭାରତୀ ମାତାଙ୍କୁ 

ଦେଇ ପୁଷ୍ପାଞ୍ଜଳି ପାଦରେ ll


ବିଦ୍ୟା ପ୍ରଦାୟନୀ ମାତା ସରସ୍ବତୀ

ମାଘ ମାସେ କରୁ ବନ୍ଦନା 

ପଞ୍ଚମୀ ତିଥିରେ ପବିତ୍ର ବାସରେ

ଆଶାକରୁ ଦେବୀ କରୁଣା 

ଅମ୍ବିକେ 

ବରଦା,ସାରଦା, ମଙ୍ଗଳା

ଦିଅ ସଦଜ୍ଞାନ ହଟାଇ ଅଜ୍ଞାନ

ଜ୍ଞାନ ଦିଅ ମାଗୋ ସାରଳା ll


ଶୁଭ ବିଦ୍ୟାରମ୍ଭ ଶୁଭ ସର୍ବ କାମ

ଦିନ ମଧ୍ୟେ ଶୁଭ ଦିବସ

ମାତା ସରସ୍ବତୀ ଶ୍ୱେତ ବସ୍ତ୍ର ପିନ୍ଧି

ବାଣ୍ଟନ୍ତି ଶୁଭର ଆଶିଷ

ବାଳକେ

ବୀଣାପାଣି ଧ୍ୟାନ କରିଣ

ମନ ସାଧନାରେ ଦେଲେ ନିରନ୍ତରେ

ସମାଜର ହେବ କଲ୍ୟାଣ ।



Rate this content
Log in

Similar oriya poem from Classics