STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ବସନ୍ତ ଓ ଶୀତ

ବସନ୍ତ ଓ ଶୀତ

1 min
3.0K

ବସନ୍ତର ସେଇ ଗୋଲାପି ଚିଠି, 

କାହା ପାଇଁ ଥିଲା ଜାଣେନା ସିନା 

ମଳୟ ଯେବେଠୁ ଡାକବାଲା ହେଲା 

ଆନମନା କଇଁ ମନ ବୁଝେନା. 


ବସନ୍ତର ସେଇ ଜହ୍ନ ରାତିରେ 

ଅମାନିଆ ଦୁଇ ଟୋପା ତା ଲୁହ 

ଫଗୁଣ କଇଁ ର କାନେ କହିଗଲା 

ତୋ ପାଇଁ ଆଉ କା ପାଇଁ ନୁଂହ 


ବସନ୍ତ ଲୁଚିଛି ଫୁଲ ଫଗୁଣରେ 

କୋଇଲି ଗାଉଛି ଗୀତି 

ଶୀତ ଚାଲିଗଲା ବିରହେ ଜଳୁଛି 

ବସନ୍ତ ଜାଗାଏ ପ୍ରିତୀ 


ଝରା ବଉଳର ଫୁଲ ସୁରଭିରେ 

ବସନ୍ତ ଖୋଜେ କାହାକୁ 

କୃଷ୍ଣ ଙ୍କ ବଇଁଶୀ ବାଜିଲେ ରାଧିକା 

ଉଚ୍ଛନ କୁଞ୍ଜବନେ ଆସିବାକୁ 


ତମାଳ ଗହଳ ଭିତରେ ସଅଳ 

ବସନ୍ତ ଲୁଚି ରହିଛି 

ଶ୍ରାବଣ ଆଖିରେ ଆଷାଢ଼ୀ ପ୍ରିୟା ର 

ପଣତ କିଏ ଛୁଉଁଛି 


ବସନ୍ତ ନାଆଁରେ କହିଲେ କିଏରେ 

ଜହ୍ନ ର ଥରୁଛି ଛାତି 

କଇଁ ସାଥେ ତାର ମିଳନ ର ଋତୁ 

ବସନ୍ତ ଆଣିଦେବ ପ୍ରିତୀ ମେୟିତ୍ରୀ ଓ ପ୍ରତିଶ୍ରୁତି. 


No2


ଶୀତ ସକାଳର କାକର ଟୋପାରେ 

ତୁମ ମୁଁହ ଦିଶେ ମୁକ୍ତା ପରି 

ଶୀତ ସାୟାହ୍ନରେ ଶିଶିର ବିନ୍ଦୁରେ 

ତୁମ ମୁଁହ ଦିଶେ ଜହ୍ନ ପରି ଶୀତ ମତେ ଏତେ ବସିଛି ଆବୋରି 

ତା ସଙ୍ଗେ ମୋ ସ୍ମୃତି ଆସୁଛି ଫେରି 


ଏମିତି ସେ ଶୀତ ଶେଷ ରାତି ଥିଲା 

ଆସିଥିଲା ତୁମ ସୁନା ସଵାରୀ 

ନାଲିପାଟ ଝରି ଶାଢୀରେ ସୁନ୍ଦରୀ 

ମନ ଯାଇଥିଲା ସତେ ବତୁରି 

ଏଇ ଶେଷ ରାତି କହୁଛି ସାଥିରେ 

ସେଇଦିନ ସତେ ଆସନ୍ତା ଫେରି 


ସଞ୍ଜୁଆ ଶୀତରେ ବଧୁବେଶ ତୁମ 

ହାତେ ସଞ୍ଜବତୀ ଧରି ମୋ ପରୀ 

ଚଉରା ମୂଳରେ ଅଭ୍ୟର୍ଥନା ଓ ଆବେଗ ଭିତରେ 

ପଣତେ ତୁମର ସ୍ନିଗ୍ଧତା ଭରି 

କେତେ ରାତି ସେଇ ପଣତେ ବିତିଛି

କେମିତି ଯିବି ମୁଁ କୁହ ପାଶୋରି 


ନିଆଁଲଗା ଏଇ ନିଉଛଣା ଶୀତ 

ଆସି ଯିବ ଯେବେ ପୁଣି ଫେରି 

ବର୍ଷ କୁ ଵର୍ଷ ଝୁରିବାକୁ ସ୍ମୃତି ନିଆଁ ତଳୁ 

ପାଉଁଶ କହୁଛି କାହିଁ ଗଲା ସେହି କନକାଗୋରୀ 


ମରତ ରାଇଜେ ସେତ ସରଗ ପରୀ 

ଶୀତ ମୋ ଜୀବନର ଗୀତ 

ମୋ ଶେଷ ବସନ୍ତ, ଶରତ 

ଏ ଶୀତରେ ଦେଖିଛି ହେମନ୍ତ 

ଯାଆ ନା ରେ ସାଥି ଆ ତୁ ଫେରି

 ଶିଶିର ବିନ୍ଦୁର କାକର ଟୋପାରେ କିଏ ହେବ ଆଉ ତା ସରି.


Rate this content
Log in

Similar oriya poem from Abstract