Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

ବସନ୍ତ ଆସିଛି

ବସନ୍ତ ଆସିଛି

1 min
335


ବସନ୍ତ ଆସିଛି   ଏ ଧରା ଧାମକୁ

    ମଳୟ ପବନ ନେଇ

ସବୁରି ମନରେ    ନବ ଉନ୍ମାଦନା

      ଆନନ୍ଦର ସୀମାନାହିଁ |


ଋତୁରାଜାଗମେ   ପ୍ରକୃତି ରାଣୀର

     ନବ ଯଉବନା ବେଶ

ନବ ପଲ୍ଲବରେ    ପଲ୍ଲବିତ ବୃକ୍ଷେ

    ହସେ ଗିରିବନଦେଶ |


ଆମ୍ର କୁଞ୍ଜବନ    ବଉଳ ବାସରେ

     ହୁଏ ଦେଖ ମହକିତ

ମୁଖରିତ କରେ   କୋଇଲି କଣ୍ଠର

     ସୁଲଳିତ ମଧୁଗୀତ |


ରାଜରାସ୍ତା ଧାରେ   କୃଷ୍ଣଚୂଡା ବୃକ୍ଷ

     ନାଲି ରଙ୍ଗ ଓଢଣୀରେ

ଦିଶୁଅଛି ଦେଖ      କେଡେ ମନୋହର

      ପଥିକର ମନୋହରେ |


ପଳାସ ବୃକ୍ଷରେ    ଶୋଭା ପାଉଅଛି

    ଦେଖରେ ପଳାସ ଫୁଲ

ଭ୍ରମର ତାହାକୁ   ଚୂମେନାହିଁ ସିନା

     ମନକୁ କରେ ପ୍ରଫୁଲ୍ଲ |


ସର୍ବ ବୃକ୍ଷରାଜି      ନବ ପଲ୍ଲବିତ

      ଧରେ କ୍ରମେ ଫୁଲ ଫଳ

ପଣସର କଠା      କଞ୍ଚା ଆମ୍ବ ଖଟା

     ଆତ୍ମାକୁ କରେ ପ୍ରଫୁଲ୍ଲ |


ଫଗୁଣ ମାସର     କୃଷ୍ଣ ଚତୁର୍ଦ୍ଦଶୀ

     ତିଥିରେ ଉପାସ ରହି

ସଦାଶିବ ପୂଜି     ଜାଗର ଜାଳିଲେ

    ଶିବକୃପା ମିଳୁଥାଇ |


ଫଗୁଣ ମାସର    ପୂର୍ଣ୍ଣମୀ ତିଥିରେ

     ପାଳିବା ଦୋଳଯାତରା

ଦୋଳ ବିମାନରେ  ଦୋଳ ଗୋବିନ୍ଦଙ୍କୁ

     ଦେଖି ହେବା ଆତ୍ମହରା |


ଅନ୍ୟ ଦେହେ ବୋଳି   ରଙ୍ଗର ଅବିର

      ଫଗୁଣର ଫଗୁ ବୋଳି

ପରକୁ ଆପଣା      କରିନେବା ଆମେ

     ଶତ୍ରୁ ମିତ୍ର ଯିବା ଭୁଲି |


ବିଶ୍ବ ଆକାଶରେ    ଦେଖାଦେଇଥିବା

      ଯୁଦ୍ଧର କଳା ବାଦଲ

ହଟାଇବା ଆମେ   ତେଜି ଅହଂଭାବ

      ବଜାଇ ଶାନ୍ତିର ଢୋଲ |


ଚଇତ ଆସିବ    ନେଇ ଚଇତାଳି

     କରି ସର୍ବେ ଆହ୍ଲାଦିତ

ମାଆ ମଙ୍ଗଳାଙ୍କୁ    ଆରାଧନା କରି

     ହେବା ଆମେ ଶାନ୍ତି ଦୂତ |


ମାଆ ମଙ୍ଗଳାଲୋ     ତୋ ଚରଣେ ମୁହିଁ

      ମଥାପାତି ମନାସଇ

ମଣିଷ ମନରୁ     ଯୁଦ୍ଧଖୋର ଭାବ

    ଦୂର କରି ଦେ ମା ତୁହି |


ସାରା ପୃଥିବୀର    ସକଳ  ପ୍ରାଣର

      ପ୍ରତିଟି ତନ୍ତ୍ରୀରେ ଉଠୁ

ମଣିଷର ପ୍ରତି     ସ୍ନେହ ଭକ୍ତିଭାବ

     ବିଶ୍ବଭ୍ରାତୃଭାବ ସେଠୁ |


ଯୁଦ୍ଧଲାଗି ଯେତେ  ମେଣ୍ଟ ଗଠନରୁ

     ନିବୃତ ବିଶ୍ବର ଜନ 

ଶାନ୍ତି ପ୍ରଗତିର     ଧ୍ବଜା ଉଡାଇବ

     ବନ୍ଧୁ କରି ଆଲିଙ୍ଗନ |


        


Rate this content
Log in

Similar oriya poem from Abstract