Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dusmanta Sahu

Inspirational

3  

Dusmanta Sahu

Inspirational

ବ୍ରତ

ବ୍ରତ

2 mins
201



ଜୟ ସକଳ ବ୍ରହ୍ମଜାତ

ବିଶୁଦ୍ଧ ଗୁଣ କ୍ରିୟାତୀତ "


ବ୍ରହ୍ମଙ୍କ ଆଦେଶ ପାଇଣ 

ବ୍ରହ୍ମା ଯେ ସୃଷ୍ଟି ଭିଆଇଣ "


ଅସୁର, ଦେବ ଓ ମାନବ 

ସୃଷ୍ଟି ଯେ କଲେ ବ୍ରହ୍ମଦେବ "


ଶ୍ରେଷ୍ଠ ଜୀବର ଆଖ୍ୟା ଦେଲେ 

ବୁଦ୍ଧିମାନ ବୋଲି କହିଲେ "


ନିକ ସମସ୍ୟା ସମାଧାନ 

ସର୍ବଦା ଥାଏ ସାବଧାନ "


ତିନି ଜାତିଙ୍କଠୁ ଉର୍ଦ୍ଧ୍ୱରେ 

ରଖି ମାନବ ଜାତିକୁରେ "


ଦ୍ୱାପର ବିଲୟ ସମୟ 

କଳିର ଆରମ୍ଭ ଯେ ଶ୍ରେୟ "


ଉପବାସ ବ୍ରତ ସୃଷ୍ଟିରେ 

ମନବଳାଇଲେ କଳିରେ "


ସ୍ୱର୍ଗପୁରର ଦେବି ଯେତେ 

ସମସ୍ତେ ଆସନ୍ତି ମରତେ "


ଶାସ୍ତ୍ର ମଧ୍ୟରେ ପୂଜା ଵିଧି 

ଲେଖିଣ କରିଛନ୍ତି ଶୁଦ୍ଧି "


ପୂଜାର ପଦ୍ଧତି ମାନିଣ 

ପୂଜିବ ଯେ ଭକ୍ତି ରଖିଣ "


ହୃଦୟ ମଧ୍ୟେ ଭକ୍ତି କରି 

ପୂଜିବ ମନ ମଧ୍ୟେ ସ୍ମରି "


ମନସ୍କାମନା ପୂର୍ଣ୍ଣ ହେବ 

ଭକ୍ତିରେ ସନ୍ଦେହ ନଥିବ "


କେଉଁ ବାରରେ କେଉଁ ବ୍ରତ 

ପାଳନ କରିବ ତ୍ୱରିତ "


ଶାସ୍ତ୍ରରେ ବର୍ଣ୍ଣନା ହୋଇଛି 

ପାଳନେ ପାଅ ସବୁକିଛି "


ସପ୍ତାହକ ଯେ ସାତ ଦିନ 

ପୂଜା କରିବ ନୀତି ଦିନ "


ପୂଜାର ପଦ୍ଧତି ମାନିବ 

ତେବେ ଈଶ୍ୱର ପ୍ରିୟ ହେବ "


ହୃଦୟେ ଭକତି ରଖିଣ 

ଡ଼ାକିବ ରଖ ନାରାୟଣ "


ସଷ୍ଟାଙ୍ଗ ପ୍ରଣିପାତ ହୋଇ 

ମନେ ଚିଂତିବ ରଘୁସାଇଁ "


ସର୍ବସ୍ୱ ତାଙ୍କ ଦାନ ବୋଲି 

କହିବ ଅଟେ ମନ ଖୋଲି "


ସୁକର୍ମ କରୁଥିବ ନୀତି 

ମନରେ ରଖିଣ ଭକତି "


ମହାପୁରୁଷଙ୍କ ବାଣୀକୁ 

କର୍ମରେ ଲଗାଅ ରୀତିକୁ "


ସପ୍ତାହର ପ୍ରଥମ ବାର 

ପୂଜା କରଯେ ରବି ବାର "


ରବିବାର ପୂଜା କରିଲେ 

ମନ ପବିତ୍ର ହୁଏ ଭଲେ "


ସୋମବାରରେ ପୂଜା କରି 

ହୃଦୟେ ସ୍ମରଣ ଯେ ହରି "


ସର୍ବସିଦ୍ଧି ପ୍ରାପ୍ତ ହୋଇବ 

ଜଗତେ ଯଶ ଯେ ବଢିବ "


ମଙ୍ଗଳ ବାର ପୂଜା କଲେ 

ରିଷ୍ଟ ଖଣ୍ଡନ ହୁଏ ଭଲେ "


ସନ୍ତାନ ସୁଖ ପ୍ରାପ୍ତ ହୁଏ 

ଜଗତ ମଧ୍ୟେ ଖ୍ୟାତି ପାଏ "


ତାପରେ ଆସେ ବୁଧ ବାର 

ଭକ୍ତି ରେ କର ଉପଚାର "


ଜ୍ଞାନ ପ୍ରାପ୍ତି ଯେ ପ୍ରକାଶିବ 

ଜଗତେ ପ୍ରଂଶସିତ ହେବ "


ଜ୍ଞାନ ଯେ ଅମୁଲ୍ୟ ସମ୍ପଦ 

ଆୟତକର ଭେଦି ଭେଦ "


ମନୁ ଅଜ୍ଞାନ ଦୂର ପାଇଁ 

ପୂଜା କରିବ ମନ ଦେଇ "


ଗୁରୁବାର ଯେ ଶ୍ରେଷ୍ଠ ବାର 

ପୂଜିବ କରି ଉପଚାର "


ମନରେ ଭକତି ରଖିଣ 

ପ୍ରଭୁଙ୍କ ମନରେ ସ୍ମରୀଣ "


ମହାଲକ୍ଷ୍ମୀଙ୍କ ବାର ଏହି 

ସୁଦଶା ବ୍ରତ ଯେ ପଡଇ "


ବିଧିରେ ଲକ୍ଷ୍ମୀପୂଜା କର 

ପାଇବ ନିଶ୍ଚେ ଉପକାର "


ଶାସ୍ତ୍ରରେ ପ୍ରମାଣ ରହିଛି 

ଯୁଗ ଯୁଗରେ ଘଟିଅଛି "


ଲକ୍ଷ୍ମୀ କୋପ ପଡେ ଯାହାକୁ 

ହତସିରି ଗୋଡ଼େ ତାହାକୁ "


ସେ ଚକ୍ର ବରର ନାୟିକା 

ସେ ମହାଲକ୍ଷ୍ମୀ ବିନାୟିକା "


ଅଟଇ ସେ ଧନର ସ୍ଥାନ 

ସେ ଅଟେ ଧନୀର କାରଣ "


ତାପରେ ଆସେ ଶୁକ୍ରବାର 

ବିଧିରେ କର ଉପଚାର "


କହନ୍ତି ସର୍ବ ସାଧୁଜନେ 

ମୂଳଧାରକୁ ଗୃହ୍ୟସ୍ଥାନେ "


ଉତ୍ତମ ପତ୍ନୀ ପ୍ରାପ୍ତ ହୋଇ 

ସୁନ୍ଦର ଗୁଣ ନିଶ୍ଚେ ପାଇ "


ବ୍ରହ୍ମ ପ୍ରଣବ ଅନ୍ତର୍ଗତ 

ଲାଗି ନଲାଗି ପଞ୍ଚଭୁତ "


ଆତ୍ମା ପରମାତ୍ମା ମିଳନ 

କରନ୍ତି ନିଜେ ଭଗବାନ "


ସ୍ତ୍ରୀ ପୁରୁଷ ଏକ ହୋଇ 

ବ୍ରହ୍ମ ପୁଜନ୍ତି ମନ ଦେଇ "


ଯହିଁରୁ ସବୁ ହୁଏ ଜାତ 

ସେ ସଚରା -ଚର -ଜଗତ "


ଭିତରେ ଥିବା ବ୍ରହ୍ମଜ୍ୟୋତି 

ସନ୍ତାନ ସୃଷ୍ଟିରେ ବିଖ୍ୟାତି "


ସର୍ବ ଶେଷରେ ଶନିବାର 

ଭକ୍ତିରେ କର ଉପଚାର "


ଜ୍ୟୋତି ସ୍ୱରୂପ ତନ୍ମଧ୍ଯର 

ଭାସ୍କର ମଣ୍ଡଳ ନିଜର "


ବିଶ୍ୱେ ଥାଆନ୍ତି ନବ ଗ୍ରହ 

କରନ୍ତି ଜୀବ ଅନୁଗ୍ରହ "


ନବ ଗ୍ରହର ଶାନ୍ତି ଲାଗି 

ବ୍ରତ ପାଳିବ ଅନୁରାଗୀ "


ଶାସ୍ତ୍ର ମତରେ ପୂଜିବ 

ଭକ୍ତିରେ ଭାବ ରଖିଥିବ "


ଗ୍ରହ ହୋଇଲେ ଯେ ଅଶାନ୍ତି 

ଜୀବନେ ପାଇବନି ଶାନ୍ତି 


ବିଶ୍ୱାସ ମୂଳେ ଭଗବାନ 

ନୀତି କରିବ ସମର୍ପଣ "


ମଣିଷ ତତ୍ତ୍ୱ ନଜାଣଇ 

ମାୟାରେ ବିମୋହିତ ହୋଇ "


ମାୟା କରିଣ ପରିତ୍ୟାଗ 

ସର୍ବଦା ଥିବ ଅନୁରାଗ "


ଶାସ୍ତ୍ରୀୟ ନିୟମ ମାନିଣ 

ପୂଜା କରିବ ନିତ୍ୟ ପୁଣ "


ଭକ୍ତିରେ ପୂଜା ଯେ କରିଲେ 

ଜୀବନ ଖୁସି ହେବ ଭଲେ "


ଉପରୋକ୍ତ କଥା ମାନିଣ 

ପୂଜା କରିବ ସର୍ବ ପୁଣ "


ଦେଖିବ ସଂସାର ହସିବ 

ଏଥିରେ ସନ୍ଦେହ ନଥିବ " ।



Rate this content
Log in

Similar oriya poem from Inspirational