Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Tragedy

4  

Sukadev Mahanta

Tragedy

ବରଷକେ ଥରେ ଆସିଛି ରଜ

ବରଷକେ ଥରେ ଆସିଛି ରଜ

1 min
142



ଶ୍ମଶାନରେ ଥାଇ      ଡାକୁଛି କରୋନା

         ବରଷକେ ଥରେ  ଆସିଛି ରଜ

ମାସ୍କ ପିନ୍ଧିଥିବ       ଦୂରତା  ରଖିବ

  ନୋହିଲେ କରିଥା କୋକେଇ ସଜ ||



ଗଛରେ ଏସନ         ହେବ ନାହିଁ ଦୋଳି

   କରୋନା ବେମାରୀ ହୋଇବ ବୋଲି

କରୋନା ଭୂତାଣୁ      ଦୋଳି ଦେହେ ଲାଗି

    ଅତି ସହଜରେ ବ୍ୟାପିବ ବୋଲି ||



ଗୋଟିଏ ଦୋଳିରେ           ଏକାଧିକ ଲୋକ

     ଯେବେ ଏକ ସାଥେ ଖେଳନ୍ତି ଦୋଳି

ଛଅ ଫୁଟ ଦୂରତା        ବଜାୟ ନୋହିବ

     ସହଜେ କରୋନା ବ୍ୟାପିବ ବୋଲି ||



ଦୋଳିଖୁଣ୍ଟ ପାଶେ       ଦଳ ଦଳ ହୋଇ

      ଲୋକ ଏକତ୍ରିତ ହୋଇବେ ବୋଲି 

ନିର୍ଦ୍ଦେଶ  ଦେଇଛି       ଆମ  ସରକାର

  ଏସନ ଦୋଳିରେ ଖେଳନି ବୋଲି ||


ବରଷକେ ଥରେ         ଆସିଲେ ବି ରଜ

   ପାନ ଦେବା ନେବା ହୋଇଛି ମନା

ଯଦି ନ ମାନିବ      କୋକେଇ ଦୋଳିରେ

 ଶ୍ମଶାନ ପଠାଇ ଦେବ କରୋନା ||


ଏସନ ରଜରେ          ଖେଳନି କବାଡ଼ି

      କରୋନା ତୁମକୁ ଜାବୁଡି ଧରି 

କରୋନା ବୁଝେନା       କଞ୍ଚା କି ପାଚିଲା

   ଅକାଳେ ତୁମକୁ ଦେବ ସେ ମାରି ||


ପୋଡ଼ ପିଠା କରି       ଘର  ଲୋକ ତାକୁ

              ଖାଇବ  ସକଳେ ଉଦର ଭରି

କାହାକୁ   ଦେବନି       କାହାଠୁ  ନେବନି

       ଦେବା ନେବାରେ ବ୍ୟାପିବ  ବେମାରି||


ଏଥରକ ରଜ          ସତର୍କେ  ପାଳିବ

          ସାଥିରେ ମୌସୁମୀ ଆସିଛି ବୋଲି

ଥଣ୍ଡା କାଶ ଜ୍ୱର       ଭେଟି ଦେଇପାରେ

      କରୋନା ରୋଗକୁ  ଯିବ ସେ ଚାଲି||


ବନସ୍ତେ ଡାକଇ       ଗଜ ଲୋ ବଉଳ

      ମଉଜକୁ ଆମେ ଯିବା ଲୋ ଭୁଲି

ବଞ୍ଚିଥିଲେ ଆର       ସନକୁ ମଉଜ

       କରିବା କରୋନା ଦୂରକୁ ଠେଲି ||


ପାନ ନଦେଇ ମୁଁ       ଉଡନ୍ତା  ସେନେହ

         ଆକାଶ ବାୟୁରେ ପଠାଇ ଦେଲି

ମନର କୋହକୁ       ଛାତିରେ  ଚାପିଣ

         ଦୂରରୁ  ଶୁଭେଚ୍ଛା ପଠାଇ ଦେଲି ||


ସୁଖର ବରଷା         ବରଷି  ଯାଉ ଲୋ

         କରୋନା ବାଦଲ ଉଭେଇ ଯାଉ

ପୁଣି ଆଉ  ଥରେ        ହସିଉଠୁ ଧରା

           ହେନାର ବାସ୍ନାରେ ମହକି ଯାଉ||






Rate this content
Log in

Similar oriya poem from Tragedy