Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Romance

4  

Sukadev Mahanta

Romance

ବରଷି ଯାଆ ଲୋ ବରଷା ରାଣୀ

ବରଷି ଯାଆ ଲୋ ବରଷା ରାଣୀ

1 min
168


ବରଷା  ରାଣୀ ତୁ    ବରଷି ଯାଆଲୋ   

        ଅଦିନିଆ ଖରାବେଳେ

ଇଚ୍ଛା ହୁଏ ମୋର     ଭିଜିବାକୁ ତୋର

      ସୁଶୀତଳ ବର୍ଷାଜଳେ ||


ଭିଜାଇଦେ ମୋର     ମୁଣ୍ଡ କେଶ ଯହୁଁ

      ଝରି ଟୋପା ଟୋପା ନୀର

ଅସ୍ତାଚଳ ରବି      କରରେ ମୋ ଗାଲେ

       ମୁକୁତାର ଶୋଭା ତାର ||


ଭିଜାଇ ଦେବୁ ତୁ      ମୋ ଦେହର ବାସ

       ଝର  ଝର  ଝରିଯାଇ

ସ୍ପଷ୍ଟ  ଦିଶୁଥିବ      ମୋ ଛାତିର ଶୋଭା

       ପ୍ରିୟତମ ମନ ମୋହି ||


ସ୍ପଷ୍ଟ ଦେଖାଯିବ        ମୋର  କଟି ଦେଶ

      ମୋର ଭିଜା ବାସ ଦେଇ

ପ୍ରିୟତମ ମୋର        ରହିପାରିବନି

      ତୋଳିନେବେ ଚୁମା ଦେଇ ||


ତାଙ୍କରି ସାଥିରେ       ଭିଜିଯିବି ମୁହିଁ

       ପୀରତି ମଦିରା ପିଇ

କ୍ଷଣିକ ପାଇଁ ମୁଁ        ଦୁନିଆଁ ଭୁଲିବି

      ପ୍ରିୟ ସାଥେ ନାଚି ଗାଇ ||


ବରଷା ପାଣିକୁ      ଛାଟିଦେବୁ ଦୁହେଁ

     ଦୁହିଁଙ୍କର  ଉପରକୁ

ଆଖି ଇସାରାରେ       ହାଣି ଦେବୁ ଦୁହେଁ

        ଦୁହିଁଙ୍କର ହୃଦୟକୁ ||


ମୋ ଚାତକୀ ପ୍ରାଣ    ସନ୍ତୃପ୍ତ ହୋଇବ

      ପ୍ରୀତି ବରଷାରେ ଭିଜି

ବଉଦ ପିଟିବ    ଢୋଲ ଆକାଶରେ

   ତା' ତାଳେ ନାଚିବି ଆଜି ||


ବିଜୁଳି ଆକାଶେ      ରଚିବ ରୋଷଣୀ

      ପବନ  ବଜାଇ  ବୀଣା

ପ୍ରିତିମୟ ହେବ      ପରିବେଶ ଆମ

     ମନେ ନବ ଉନ୍ମାଦନା ||


     



Rate this content
Log in

Similar oriya poem from Romance