Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Abstract Classics

4.1  

Jagannath Barik

Abstract Classics

ବର୍ଷାରାଣୀ

ବର୍ଷାରାଣୀ

1 min
544


ଅଇଲା ବରଷାରାଣୀ,  

ସଯତନେ ମେଘ ଓଢ଼ଣା ଟାଣି

ବରଷିଲା, ଘୃତସିନ୍ଧୁ ସୁଧାଧାରା |

ଝମ ଝମ ନୂପୁର ସ୍ଵନ, 

ଛମ ଛମ ଛନ୍ଦରେ ଚାରୁ ନର୍ତ୍ତନ

ରିମ ଝିମ, ତାନରେ କମ୍ପେ ମେଦିନୀ |

ସେ ସୁଧା ପରଶ ପାଇ

ଦୁର୍ବାଦଳେ ଧରା ହସି ଉଠଇ

ତରୁଗଣ, ପଲ୍ଲବିତ ଛନ ଛନ |

ସବୁଜ ଧାନ୍ୟ କେଦାର

ସବୁଜ ପ୍ରାନ୍ତର ଗିରି କାନ୍ତାର

ସତେ ମହୀ, ଶାଗୁଆ ପାଟ ପିନ୍ଧଇ |

ଘନକୃଷ୍ଣ କାଦମ୍ବିନୀ

କୋଳେ ଖେଳେ କି ରଙ୍ଗରେ ଦାମିନୀ

ଘଡ଼ଘଡ଼ି, ବରଷା ବତାସ ଝଡ଼ି |

ପୂର୍ଣ୍ଣ ହୁଏ ଜଳାଶୟ, ଚଉଦିଗ ଦିଶେ ସଲିଳମୟ

ନଈବଢ଼ି, ନିଏ ସୁଖ ଶିରୀ ତଡ଼ି |

ଓଳିରୁ ଗଳଇ ପାଣି, ପାଣିରେ ଫୋଟକା କେ ପାରେ ଗଣି

ଦାଣ୍ଡ ପରେ, ପାଣି ସୁଅ ଚାଲେ ଖରେ |

ଜଳ ନିକଟେ ମଣ୍ଡୁକ, ବାଉଁଶ ବଣରୁ ଡାକେ ଡାହୁକ

ନିଶିଥରେ, ଝିଙ୍କାରି ଶବଦ ଝରେ |

ଆନନ୍ଦରେ ଚାଷୀ ଭାଇ, ବଛା ରୁଆ ବେଉଷଣରେ ବାଇ 

ବିଲେ ଥାଇ, ହଳିଆ ସଂଗୀତ ଗାଇ |

ଆକାଶରେ ଶକ୍ରଚାପ, ବନେ ନାଚେ କେକୀ ତୋଳି କଳାପ

ପର୍ବତରେ, ନିର୍ଝର ଝର୍ଝର ଝରେ |

ମୁଢ଼ି଼ ନଡ଼ିଆ ମିକ୍ସଚର, ବରଷା ପାଗକୁ ଭାରି ଆଦର

ପିତାମହୀ, ଯାଏ କେତେ ଗପ କହି |

ଶ୍ୟାମ ଦୁର୍ବାଦଳ ପରେ, ସାଧବବୋହୂର ସୁଷମା ଝରେ

ଛତୁ ଫୁଟେ, କ୍ଷିତି ଶିରେ ଛତ୍ର ଯୁଟେ |

କଦମ୍ବ କୁସୁମେ ରସା, ଚନ୍ଦ୍ରାତପ ପ୍ରାୟ ଶୋଭା ସୁରସା

ନୀଳୋତ୍ପଳ, ଚମ୍ପକ ଜୁଇ ଟଗର |

ମଙ୍ଗଳ କାରିଣୀ ବର୍ଷା, ଉଦ୍ଭିଦ ବାନ୍ଧବୀ ପ୍ରାଣୀ ଭରସା

ଯା'ର ବିନା, ମହୀ ମରୁ ହେବ ସିନା |

ଭାଷେ ଦୀନ ଜଗନ୍ନାଥ, ରଥରେ ବସନ୍ତି ଶ୍ରୀଜଗନ୍ନାଥ

ଦୟାମୟ, ସକଳ ଘଟେ ଉଦୟ l


Rate this content
Log in

Similar oriya poem from Abstract