ବର୍ଷାର ଛନ୍ଦ
ବର୍ଷାର ଛନ୍ଦ
ଆନନ୍ଦ ମନରେ ବରଷାର ନୃତ୍ୟ
ଦେଖୁଥିଲି ଅଖି ମେଲି
ବରଷୁ ନଥିଲା ବରଷା ସେଠାରେ
ନିଜେ ମୁଁ ବରଷି ଗଲି
ବରଷା ଆଖିରେ ଖୁସିର ଲହରୀ
ମୁହେଁ ଥିଲା ଶ୍ରମ ଝାଳ
ସେ କାହୁଁ ବୁଝିବ କା ଆଖିରେ ଲୁହ
ହେଉଥିଲା ଟଳମଳ
ଆଖିରେ ବରଷା କହୁଥିଲା କଥା
କଣ୍ଠୁ ଝରୁଥିଲା ମହୁ
ପ୍ରୀତିର ଅଗଣା ଓଦା ହେଉଥିଲା
ଆକାଶୁ ଝରିଲା ଲହୁ
ଚପଳଛନ୍ଦା ତୋ ରୂପରେ ଲୋ ବର୍ଷା
ହସର ପ୍ରଲେପ ମାଖି
ବରଷି ଯାଆ ତୁ ନିରବରେ ଆଜି
ତୋ ଖୁସିରେ ହେବି ଖୁସି
