STORYMIRROR

Bijay Prusty

Abstract

2  

Bijay Prusty

Abstract

ବର୍ଷାର ଛନ୍ଦ

ବର୍ଷାର ଛନ୍ଦ

1 min
395

ଆନନ୍ଦ ମନରେ ବରଷାର ନୃତ୍ୟ

ଦେଖୁଥିଲି ଅଖି ମେଲି

ବରଷୁ ନଥିଲା ବରଷା ସେଠାରେ

ନିଜେ ମୁଁ ବରଷି ଗଲି


ବରଷା ଆଖିରେ ଖୁସିର ଲହରୀ

ମୁହେଁ ଥିଲା ଶ୍ରମ ଝାଳ

ସେ କାହୁଁ ବୁଝିବ କା ଆଖିରେ ଲୁହ

ହେଉଥିଲା ଟଳମଳ


ଆଖିରେ ବରଷା କହୁଥିଲା କଥା

କଣ୍ଠୁ ଝରୁଥିଲା ମହୁ

ପ୍ରୀତିର ଅଗଣା ଓଦା ହେଉଥିଲା

ଆକାଶୁ ଝରିଲା ଲହୁ


ଚପଳଛନ୍ଦା ତୋ ରୂପରେ ଲୋ ବର୍ଷା

ହସର ପ୍ରଲେପ ମାଖି

ବରଷି ଯାଆ ତୁ ନିରବରେ ଆଜି

ତୋ ଖୁସିରେ ହେବି ଖୁସି


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract