STORYMIRROR

Mr.GAGAN BIHARI NAYAK

Romance Classics Inspirational

3  

Mr.GAGAN BIHARI NAYAK

Romance Classics Inspirational

ବର୍ଷାକୁ ପାଏ ଭଲ

ବର୍ଷାକୁ ପାଏ ଭଲ

1 min
154

ବରଷା ଗୋ' ବର୍ଷା

ତୁମେ ଥିଲ ଭରସା

ଅଣାୟତେ ଯାଉଥିଲ 

ଦିନେ ତୁମେ ବରଷି

ମୋ'ମନ କଦମ୍ବ ବନେ 

ଫୁଟାଇଛ ଫୁଲ ଦିନେ ।

ଶୀତଳତା ଭରି ମନ କଳସୀ ।0।


ତୁମ ପାଦ ଶବଦରେ,

ପବନର ସୁର ସୁରେ।

ଝଙ୍କାର ତୋଳି ନାଚେ ଏ ମନ ।

ଯାଅ ଥରେ ଛୁଇଁ ଛୁଇଁ 

ପ୍ରୀତିର ପୀୟୂଷ ଦେଇ

ମୁର୍ଛନା ଭରି ଏଇ ଲଗନେ ।।

ଭରଶାର ବର୍ଷା ଗୋ

ତୁମେ ମୋ'ଜୀବନ ସାଥୀ

ପ୍ରେମ ପ୍ରେୟସୀ॥୧॥


ତୋ କବରୀରେ ମହ୍ଲାର 

ଚପଳା କରିଛି ଘର 

ଦେଖି ମନ ହଜିଯାଏ କାହିଁ !

ଗେହ୍ଲେଇ ଫୁଲେଇ ହୋଇ 

ଯାଆ ଏ ପରାଣ ଛୁଇଁ

ବସିଛି ତୋ ଫେରିବା ଚାହିଁ।।

ଅବୁଝା ବରଷା ମୋ

ଫେରିଆ ଲୋ' ଥରୁଟିଏ 

ତପତ ନାଶି ।।୨।।



Rate this content
Log in

Similar oriya poem from Romance