ବର୍ଷା
ବର୍ଷା
ହେ, ବର୍ଷା !!!!
ତୁମେ ଅନନ୍ତ, ଅସୀମ,
ପରିବ୍ୟାପ୍ତ ଏ ବିଶ୍ୱର
କେଉଁ ବିନ୍ଧାଣି ର
ଅପୂର୍ବ କଳା ପୂର୍ଣ୍ଣ
ଚମତ୍କାର ସୃଷ୍ଟି
ତୁମେ ତ୍ରିଗୁଣ ଧାରୀ
ତ୍ରି ଶକ୍ତି ର ଅଧକାରୀ
ବିଶ୍ୱର କଲ୍ୟାଣ ପାଇଁ
ବିଧାତାଙ୍କର ଦୁର୍ଲଭ ରଚନା
"ଜଳ ବହୁଳେ ସୃଷ୍ଟି ନାଶ,
ଜକ ବିହୁନେ ସୃଷ୍ଟି ନାଶ l"
ଜୀବ ଜଗତ ର ତୁମେହିଁ
ଜୀବନ ଶକ୍ତି ସଂଜୀବନୀ
"ବର୍ଷା "ଓ "ମାଟି "ବିନା ଏ ସୃଷ୍ଟି
କଳ୍ପନା କରା ଯାଇ ପାରେନା
ସରସ୍ବତୀ ରୂପେ ଏ ପ୍ରକୃତି ରେ
ଏ ଧରା ରେ ଭରିଛ
ବିଦ୍ୟା ର ଭଣ୍ଡାର
ଲକ୍ଷ୍ମୀ ରୂପେ ସବୁଜ ସୁବର୍ଣ୍ଣ କ୍ଷେତରେ
ସୁନା ର ଶଷ୍ୟ ଫଳାଇ ସଭିଁଙ୍କର
ମୁହଁରେ ଫୁଟାଇଛ ହସର ଫୁଆରା,
ବନ୍ୟାର ବିଭୀଷିକା ଖେଳାଇ
ମାଆ କାଳୀଙ୍କର ସଂହାରିଣୀ ରୁପକୁ
କରିଛ ପୂରଣ
ଏକ ଧାରରେ ତୁମେ ସଂହାରିଣୀ
ଏକ ଧାରରେ ତୁମେ କଲ୍ୟାଣୀ
ଜଗତ ପାଳନୀ
ତ୍ରିଶକ୍ତି ର ଆଧାର
ତୁମ ବିନା ଏ ଜଗତ ଅଧୁରା
ତୁମେହିଁ ସକଳ ଜୀବ ଜଗତର
ପରମ ବନ୍ଧୁ ଲାଗ ନିଆରା ନିଆରା,
ତୁମରି ବର୍ଷା ର ଝରରେ
ଝରୁଛି ଅମୃତ ସକଳ ଜଗତ
ପିଉଛି ସେଇ ଅମୃତ,
ସାରା ବିଶ୍ୱ ଲାଗେ ସୁଧା ମୟ
ସାରା ବିଶ୍ୱକୁ କର "ଆବର୍ଜନା ମୁକ୍ତ "
କୁଢ଼ କୁଢ଼ ଆବର୍ଜନା
ନଳା, ନର୍ଦମା ର ପଚାଗନ୍ଧ
ସବୁ ଧୋଇ ନିଅ
ଦୁର୍ଗନ୍ଧ ମୁକ୍ତ କର ଏ ବିଶ୍ୱ କୁ
ମାଟିର ଧୂଳି ଧୂସରିତ ଦେହକୁ
ପଚା ସଢା ଗନ୍ଧକୁ ଧୋଇ ଦିଅ
"ମାଟି "କୁ ଗାଧୋଇ ସ୍ଵଛ ନିର୍ମଳ କର
ଆବର୍ଜନା ସବୁକୁ
"ବର୍ଷା " ଝରରେ ଠେଲି ନେଇ
ନଈ ସମୁଦ୍ର ରେ ଏମିତି ପକାଇ ଦିଅ
କେହି ତାର ସତ୍ତା ଖୋଜି ପାଆନ୍ତିନି
ତେଣୁ ମୋ ଦୃଷ୍ଟିରେ
ସ୍ୱଚ୍ଛ ବିଶ୍ୱ ର ତୁମେ
ମହା ନାୟକ,
ତୁମେ ଏକା ହିଁ ସ୍ୱଚ୍ଛତାର
ବିଶ୍ୱ ନାୟକ,
"ସ୍ଵଛ ଭାରତ "ର ଅଗ୍ର ଦୂତ ତୁମେ,
ତୁମେ ହିଁ ସ୍ଵଛ "ମହା ନାୟକ "
ତୁମକୁ ସ୍ୱାଗତ ବାରମ୍ବାର,
ତୁମେ ବିଶ୍ୱ ଦରବାରେ
ଅଭିନନ୍ଦିତ ହେବା ଉଚିତ
ଯେତେ କହିଲେ ବି
କମ ପଡିବ ତାହା
ତୁମେ ଆଦର୍ଶ ମହାନ
ପରୋପକାରି "ବିଶ୍ୱ ବନ୍ଧୁ "
ମୋ ବନ୍ଧୁ ପ୍ରିୟ "ବର୍ଷା " ll
