STORYMIRROR

Debadatta Jena

Abstract Romance

3  

Debadatta Jena

Abstract Romance

ବର୍ଷା

ବର୍ଷା

1 min
249

କେବେ ରୁମଝୁମ, କେବେ ଗୁମସୁମ,

ଏ ବର୍ଷା ଵି କେବେ କେବେ

ବରଷେ ଛମ୍ ଛମ୍..!

କେବେ ସେ ଶୀତଳ, କେବେ ନିର୍ଧୁମ,

ତା'ଦେହ ବାଦଲ କେବେ 

ଗରଜେ ହରଦମ୍..!

ଭିଜିବାକୁ ଇଚ୍ଛା,ସାଥିରେ ବିଲକୁଲ,

ସେ ଇଚ୍ଛା ଵି ବେଳେ ବେଳେ

ଭିଜାଏ ଏକଦମ୍..!

କେବେ ମେଘ କେବେ ସେ ମୌସମ,

ରିମ ଝିମ ସୁର,ତାଳେ 

ଗାଏ ସେ ସରଗମ୍..!

ଝିପିଝିପ ଝରଝର ପାଉଁଜି ରୁଣୁଝୁଣୁ,

ଟୁପୁରୁ ଟୁପୁରୁ ଝରେ

ମନ ତା' ଦୁଲଦୁଲ..!

ତା'ଆଶା ଆଷାଢ଼େ ସଂଗୀତର ଧୁନ,

ଶ୍ରାବଣର ସୁରେ ଲୟେ 

ନାଚେ ସେ ତାକ୍ ଝୁମ୍..!

କେବେ ସେ ସାଏରୀ,ବରଷାର ଥିମ,

ମୂର୍ଚ୍ଛନା ତୋଳେ କେବେ 

ଝନକେ ଝମ୍ ଝମ୍..!

ଏ ବର୍ଷା ଗୁଣ ଗୁଣାଏ ଗୀତର ଏଲିଜି, 

ଗୀତର ଲହରୀ କେବେ 

ବାଲାଡ଼,ଏପିକ,ପାରୋଡ଼ି..!

ବର୍ଷାର ଗଜଲ ଗାଏ ସୁରର ଗ୍ରାଫିକ୍ସ,

ସିମ୍ବଲିକ ଇମୋଜି ସାଜେ 

ଜୀବନ ସଂଗୀତ ଲିରିକ୍..!

ଛନ୍ଦୋବଦ୍ଧ,ମୁକ୍ତଛନ୍ଦ, ଓଡ଼,ସନେଟ୍,

ଏ ବରଷା ଯେ ସାତ ରଂଗୀ 

ତା'ର ରାଗିଣୀ ଅନେକ୍..।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract