ବର୍ଷା
ବର୍ଷା
ଆଜି ଖୁବ୍ ବର୍ଷା
ଝରକା ସେ ପାଖେ
ବର୍ଷା ର ରିମଝିମ ସୁର
ଟପର ଟାପର
ପତ୍ରରେ ବର୍ଷା ଟୋପା
ହାଲକା ବିଜୁଳି ର ହସ
ତାର କାଲୁଆ ଓଠ
ଆଉ. ମୋ ଉଷୁମ ଦେହ
ଇତଃସ୍ତତଃ ଅଲରା ମନ
ଧୀରେ ଧୀରେ ପାଖକୁ...
ଦଲକାଏ ହାଲକା ପବନ
ଝରକା ର ଝିନ ପରଦା
ଲୁଚକାଳି ଖେଳ
ବର୍ଷା ଆଉ ମୁଁ
ବର୍ଷା ର ତେରଛା ଚାହାଣୀ
ଓଦା ହୁଏ.....
ମୁହଁ ଓଠ....
ଲାଗୁଥାଏ.. ସତେ ଯେମିତି
ଜାବୁଡି ଧରିଛି...
ମୋତେ.. ଯାଃ
ଭାରି ଦୁଷ୍ଟ..
ଏଇ ବର୍ଷା.....!
