ବର୍ଷା
ବର୍ଷା


ବର୍ଷାଭିଜା ରଜନୀର ଅନ୍ଧାରରେ
ଭିଜୁଥାଏ ଏକ ବାୟାଣୀ ନାରୀ
ନା ତାର ଆଗକୁ କିଏ ଅଛି
ନା ତା ପଛକୁ କିଏ ଥିଲା
ସେ ଏକଦମ୍ ଏକୁଟିଆ
ବେସାହାରା ଅକାମିଆ॥
ସେଥିରେ ପୁଣି ଏ କୋରନା
ସାଧୁଛି ନିତି ନିତି ଦାଉ
କେବେ ବାହାରକୁ ଯାଅନା
ତ କେବେ କାହାକୁ ଛୁଅଁନା
ଅପାଠୁଆ ଏକଲା ନାରୀଟି
କାହା ସାହାଯ୍ୟରେ ଏବେ ବଞ୍ଚିବ?
ନା ସେ ପୁରା ମରିପାରୁଛି
ନା ସେ ଶାନ୍ତିରେ ବଞ୍ଚିପାରୁଛି
ଭୋ ଭୋ ହୋଇ ହୄୄୄୄୄୄୄୄୄଦ କାନ୍ଦୁଛି
ପ୍ରଭୂଙ୍କୁ ଯାହା ଦୋଷ ଦେଉଛି॥
ଭଗବାନ ବି କଣ ସତରେ ନିଷ୍ଠୁର
ଲୋକଙ୍କ କହିବାରେ ସେ କଣ
ସତରେ କେବଳ ମାତ୍ର ପଥର?
ଏସବୁ ପ୍ରଶ୍ନ ମୋତେ ବ୍ୟସ୍ତ କରିଦେଉଛି
ମୁଁ ବି କୋରନା ପାଇଁ ମାନସିକ ଚିନ୍ତାରେ
ପ୍ରତି ଘଡିରେ ଥାଏ ଚିନ୍ତାଗ୍ରସ୍ତ
କଣ ବା କାହାକୁ ସାହାଯ୍ୟ କରିପାରିବି!
ତଥାପି ମୁଁ ଭାବିଛି କିଛି ଗୋଟେ କରିବି
ଯେନତେନ ପ୍ରକାରେଣ ତାକୁ ବଞ୍ଚାଇବି
ସମ୍ମାନ ଦେବି ଆଉ ସ୍ନେହ ବି ଦେବି
ତାକୁ ସବୁ ବିପତ୍ତିରୁ ଉଦ୍ଧାର କରିବି॥