ବର୍ଷା
ବର୍ଷା


ବର୍ଷାର ଛିଟା ଭିଜେଇ ଦେହ
ଜଳୁଛି ଏହି ମନ,
ପ୍ରେମର ସ୍ପର୍ଶ ଖୋଜେ ମୁଁ ଆଜି
ଝୁରୁଛି ପ୍ରତିକ୍ଷଣ ।
ଅବୁଝା ମନ, ମାନେନା ଜମା
ଖୋଜେ ସେ ପ୍ରୀତି ଛୁଆଁ,
ଶରୀର ସିନା ବର୍ଷାରେ ଓଦା
ହୃଦୟେ ଜଳେ ନିଆଁ ।
ତୁମ ଦେହର ମହକ ଆଜି
ମହକାଏ ସତେ ମୋତେ,
ଏ ନିଶି ନୁହେଁ ସବୁ ନିଶି
କଟୁ ତୁମରି ସାଥେ।
ଆସ ଗୋ ପ୍ରିୟ ଥରେ
ଦେଇ ଯା ତୁମ ସ୍ପର୍ଶ,
ନିର୍ବାପିତ କର ଜ୍ୱାଳାଗ୍ନିକୁ
ପ୍ରେମ ସ୍ନିଗ୍ଧ ଢାଳିଦିଅ ଶେଷେ ।
ସବୁ ଅପେକ୍ଷା ସରିଛି ଆଜି
ତୁମକୁ ପାଖେ ପାଇ ,
ଅନେକ ଦିନରୁ ଚାତକ ଯେପରି
ବର୍ଷାକୁ ଥିଲା ଚାହିଁ।