Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

4  

Suresh chandra Padhy

Inspirational

ବର୍ଷା

ବର୍ଷା

1 min
388



ବର୍ଷା ତୁମେ ଆସିଛ ବୋଲି ଧାରା ଆଜି ହସୁଛି

ତୁମରି ଆଗମନ ଖୁସିର ଲହରି ଆଣିଛି ।


ତୁମ ବାରି ଧାରା ଦେହ କୁ ଭିଜାଇ ଦେଉଛି

ତୁମ ରି ସ୍ଵର୍ସ ରେ ପୃଥିବି ସୁନ୍ଦର ଦିଶୁଛି ।


ବର୍ଷା ତୁମେ ଭଲ ଲାଗ ବୋଲି ମୟୁର କୁ

ନାଚେ ସେ ତ ଦେଖି ଦେଖି କଳା ମେଘ କୁ ।


ତୁମ ରି ଆଗମନେ ରୌଦ୍ର ତାପ ଚାଲିଗଲା

ଜୀବ ଜଗତ କୁ ଆସ୍ଵସ୍ଥି ମିଳିଲା ।


ଶୁସ୍କ ନଦୀ ପୋଖରୀ ଜଳ ରେ ପୁର୍ଣ ହୋଇଲା

କଇଁ ,ପଦ୍ମ ରେ ଜଳାସ୍ରୟ ଶୋଭା ପାଇଲା ।


ରାଜ ହଂସ ତୁମ ଆଗମନେ ଜଳେ ଖେଳିଲା

ଧରଣୀ ରାଣୀ ଶସ୍ୟ ଶ୍ୟାମଳା ହୋଇଲା ।


ଗଛ ରେ ଫୁଲ ଫୁଟି ମନ ମୋହିଲା

ଜଳ ର ସଙ୍କଟ ସବୁଠି ଦୂର ହୋଇଲା ।


ନଦୀ ରେ ଡ଼ଙ୍ଗା ଚାଲିଲା 

ନାଉରିଆ କାତ ଧରିଲା ।


କାଗଜ ଡ଼ଙ୍ଗା କୁନି ପିଲା ଭସାଇଲେ

ଚଷା ପୁଅ ଜମି ରେ ହଳ କରିଲେ ।


ତୁମ ପାଇଁ ପ୍ରଚୁର ଫଳ ହୋଇଲା

ତୁମରି ଆଗମନେ ପୃଥିବୀ ଶୀତଳ ଲାଗିଲା ।


Rate this content
Log in

Similar oriya poem from Inspirational