STORYMIRROR

SIPRA NAMTA

Tragedy

3  

SIPRA NAMTA

Tragedy

ବର୍ଷା ତୁମ ବିରହ ରେ

ବର୍ଷା ତୁମ ବିରହ ରେ

1 min
14.1K


ବର୍ଷା ତୁମ ବିରହରେ ନିଦାଘେ ତାପିତ

ଯେବେ ଢାଙ୍କିଦେଲ ତୁମେ ମେଘ ଓଢଣୀରେ

ସ୍ନିଗ୍ଧ ଶୀତଳତା ଭରା କାଉଁରୀ ପରଶେ

ସିକ୍ତ ହୁଏ ତନୁ ସିନା ଲିଭେନା ଜ୍ବଳନ ।।


ବିଜୁଳୀ ଚମକ ରଥେ ମେଘକନ୍ୟା ବସି

ଅମ୍ବରରୁ ଜଳ ଧାର ଅଗଣାରେ ବର୍ଷି

ଥରଥର ପାଦେ ଯେବେ ସାନ୍ନିଧ୍ୟ ଆଶାରେ

କରିବାକୁ ଅନ୍ତଃସତ୍ତ୍ଵା ଧରା ,ତୁମ ଧାରେ ।।


ପୁଲକିତ ମହୀ ତୁମ ପ୍ରେମ ଆଲିଙ୍ଗନେ

ମେଘମେଦୁର, ମାଟି ର ଏ ମହାମିଳନେ

କରିବାକୁ ଅଂକୁରଣ କେଦାରେ କେଦାରେ

ଶାଖା, ଦୁର୍ବା ,ଶ୍ୟାମ କୁଞ୍ଜ ଲତାରେ ଲତାରେ ।।


ଫଳ ପୁଷ୍ପ ସମ୍ଭାର ର ଅଦମ୍ୟ ଲାଳସା

ବାଂଛିତ ମିଳନ ପାଇଁ ଗୁପ୍ତ ଅଭିଳାଷା

ତଥାପି ନିଷ୍ଠୁର ତୁମେ ବୁଝି କି ପାରନା

ଅଭିମାନେ ଫେରିଯାଅ ଏଡାଇ ଯାଚନା ।।


ଉତ୍ତାଳ ତରଙ୍ଗ ପୁଣି କେବେ ସୃଷ୍ଟିକର

ଚତୁର୍ଦ୍ଦିଗେ ମଚିଯାଏ ଶୋକ ହା ହା କାର

ଶ୍ୟାମଳିମା ବୁକୁଚିରି ଉଦଭ୍ରାନ୍ତେ ଧାବିତ

ପୁରପଲ୍ଲୀ, ନଗର ,ଗ୍ରାମ ରେ ପ୍ରବାହିତ ।।


ଧରାବୁକେ ଦୁଃଖ ଦିଏ ଘନ ଘୋର ବର୍ଷା

ଭସାଇନିଅ ଯେ କେତେ ଅସୁମାରୀ ଆଶା

ଦିଗନ୍ତର ଶେଷ ସୀମା ଖୋଲେ ଯେବେ ଦ୍ୱାର

କାକ କୃଷ୍ଣ ଚାଦରର ଚିପୁଡା ପ୍ଲାବନ ।।


ଟପ ଟପ ଜଳ ବିନ୍ଦୁ ଅବୋରାହଣକୁ

ସହ୍ୟ କରେ ମେଦିନୀ ତୁମ ଉଦ୍ଦଣ୍ଡତାକୁ

ଲୁଚକାଳି ଖେଳ ତୁମେ ରବି ଶଶୀ ସାଥେ

ଗଗନରେ ଭସା ଭସା ବଉଦର ପଥେ ।।


ଅଙ୍ଗେ ଅଙ୍ଗେ ଶତଦଳ କଦମ୍ବ ରୋମାଞ୍ଚ

ଠାଏ ଠାଏ ତନୁସିକ୍ତ କରି ପୁଲକିତ

ଦେଇଥରେ ପ୍ରିତୀ ବାରି ଶୋଷିନିଅ ତୃଷା

ସ୍ନାୟୁ କୋଷେ ସଂଚରୁ ଗୋ ଜୀବନର ଆଶା ।।


ମେଘ ମଲହାର ତୋଳି ରିମଝିମ ସୁରେ

ପ୍ରେମର ଝଙ୍କାର ଆଦ୍ୟ ବର୍ଷା ତାଳେ ତାଳେ

ବନଭୂମି ନାଚିଉଠେ ଶିଖୀ ସ୍ଵନ ଛନ୍ଦେ

ମେଘ ସାଥେ ହସି ଉଠେ ଧରା ନାନା ରଙ୍ଗେ ।।


ହୃଦୟ ତନ୍ତ୍ରୀରେ ଶୁଭେ ପ୍ରେମ ଗୁଞ୍ଜରଣ

ବର୍ଷା ଛୁଆଁ ଆଣିଦିଏ ବେପଥୁ କମ୍ପନ୍ନ

ଧରଣୀର ତରୁ ଦ୍ରୁମ ଯେତେକ ସନ୍ତାନ

ସେସବୁ ତୁମ ସନ୍ତକ ,ତୁମ ଅର୍ଘ୍ୟ ଦାନ ।।


ହଳ ଲଙ୍ଗଳର ମାଧ୍ୟାକର୍ଷଣ ରେ ଭୂମି

ଉର୍ଦ୍ଧ୍ବ ମୁଖେ ନିପତିତ ବାରି ଯାଏ ଚୁମି

ମେଘ ମାଟି ପ୍ରଣୟର ମଧୁର ଚୁମ୍ବନ

ବର୍ଷାର ବିରହେ ସ୍ମୃତି କରେ ଉଚ୍ଚାଟନ ।।

--------- ------------ -----------

ସିପ୍ରା ନାମତା

8249850168


Rate this content
Log in

Similar oriya poem from Tragedy