ବର୍ଷା ତୋ ପାଇଁ
ବର୍ଷା ତୋ ପାଇଁ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ହେ ବର୍ଷା ତୋତେ ଧନ୍ୟବାଦ ମୃତ୍ୟୁର ପ୍ରହେଳିକା ଦେଖିବାପୂର୍ବରୁ
ଫୁଙ୍କି ଦେଲ ମୋ ଜୀବନକୁ
ମୋ ଜୀବନରେ ଜୀବନ ଆସିଛି ।
ତୋର ରିମ୍ ଝିମ୍ ରାଗିଣୀ
ପ୍ରାଣରେ ଭରିଦିଏ ଅପୂର୍ବ ମାଦକତା
ତୋର ନବବାରିଧାରା
ଶୁଷ୍କ ପଲ୍ଲୀପ୍ରକୃତିକୁ କରିଦିଏ ଉଜ୍ଜୀବିତ।
ବେଙ୍ଗର ବିକଟ ଧ୍ୱନି
ବାଉଁଶ କୁଞ୍ଜର ଡାହୁକ ରାବ
ଏମାନଙ୍କ ଡାକ ଶୁଣି ଶୁଣି
ସତେଯେପରି କୋଇଲି ନିରବ ।
କବିମାନେ ତତ୍ପର ତୋ ଅପେକ୍ଷାରେ
ମନକୁ ଭିଜାଇ ଏକ ନୂତନ ଦିଗନ୍ତରେ
ନଚେତ୍ ଶୁଷ୍କ ଡାଳର କରଡରେ ।
ଏବେବି କେଉଁଠି ଶ୍ମଶାନ
କେଉଁଠି ମୃତ୍ୟୁର ବିଭୀଷିକା
ତୁ ଏତେ ଆତତାୟୀ
କଣ ଡରଲାଗେନା
କେତେ ରାଜନୈତକ
ତୋର ଆଶ୍ରୟରେ ବଞ୍ଚିଛନ୍ତି
ତୋ ନାରେ ଠକି ଚାଲିଛନ୍ତି
ତଥାପି ତୋ ମାନବିକତାକୁ ହରାଇନୁ ।