STORYMIRROR

Kalandi pal

Inspirational

4  

Kalandi pal

Inspirational

ବରଷା ରାଣୀ

ବରଷା ରାଣୀ

1 min
327


ବରଷା ରାଣୀ    ଭାରି ଗୁମାନୀ 

    ଗୁମାନ ମାରି ଆସେ

କଳା ପାଟରେ  ସଜ ହୋଇ ସେ

    ଦୂର ଆକାଶେ ଭାସେ ।।


ଘୋଡାଇ ଦିଏ   ତା କଳା ଦେହେ

     ସାରା ଆକାଶ ଗୋଟା

ବଉଦ ମାଳେ     ବଉଦ ଫୁଲେ 

     ଫୁଟା ପଦୁଅଁ ମେଣ୍ଟା ।।


ବରଷେ ବାରି       ବଉଦ ଚିରି

     ଗରଜେ ଘଡଘଡି

ବିଜୁଳି ମାରେ      ପଣତ ଧାରେ

     ସତେ କନକ ଧଡ଼ି ।।


ଦେଖି ମୟୁରୀ      ପୁଚ୍ଛ ପ୍ରସାରି

     ଆନନ୍ଦ ମନେ ନାଚେ

କ୍ଷେତ ପାଳକ     ଲଭେ ପୁଲକ

     ହଳ ଲଙ୍ଗଳ ଯୋଚେ ।।


ନଈ ପୋଖରୀ     ହରାଇ ଶିରୀ

     ଥିଲେ ଚାତକ ପରି

ଉଛୁଳା ପ୍ରେମେ    ବୁହନ୍ତି ଭ୍ରମେ

     ନିଜ ପଥକୁ ଭୁଲି ।।


କେଁଏ କଟର    ଶବଦେ ଘୋର

     ଫାଟି ପଡ଼ଇ ମହି

ନାନା ପରବ     ପାଳେ ମାନବ

     ଭାଇ ଚାରାକୁ ନେଇ ।।


ପଲ୍ଲବୀ ଉଠେ    ଧରଣୀ ସତେ

     ପାଇ ଶୀତଳ ସ୍ପର୍ଶ

ଚାରୁ ହାସିନୀ      ହସଇ ପୁଣି

      ଲଭି ସବୁଜ ବେଶ ।।


ବରଷି ବାରି      ମଙ୍ଗଳ କାରୀ

      ହୁଏ ବରଷା କାଳ

ପ୍ରକୃତି ରାଣୀ     ଦିଶେ ଉଜାଣି

     ସଜାଇ ଫୁଲ ଫଳ ।।


Rate this content
Log in

Similar oriya poem from Inspirational