ବରଷା ରାଣୀ
ବରଷା ରାଣୀ
ଆଷାଢ଼ ମାସରେ ବରଷା ଆସଇ
ମେଘୁଆ ଆକାଶ ଧରି
କଳାକଳା ମେଘ ଆକାଶ ବକ୍ଷରେ
ଚାରିଆଡ଼େ ଯାଏ ଭରି ।
ଗିରିଷମ ତାପେ ଜୀବଜନ୍ତୁ ସାଥେ
ଉଦ୍ଭିଦ ପାଆନ୍ତି କଷ୍ଟ
ମାଟି ଶୁଖିଯାଏ ଘାସ ଜଳିଯାଏ
କୁଟା କାଠି ହୁଏ ନଷ୍ଟ ।
ବରଷା ପଡ଼ିଲେ ନୂଆ ରୂପ ଧରି
ଶାଗୁଆ ଧରଣୀ ରାଣୀ
ନଈରେ ନାଳରେ ପାଣି ସୁଅ ଚାଲେ
ସୁଖର ସୂଚନା ଆଣି ।
ଚଷା ଭାଇ କ୍ଷେତେ କାମ କରିଚାଲେ
ମୁହଁରେ ଫୁଟାଇ ହସ
ଧରଣୀ ମାଆର ସବୁଜ ପଣତ
ସଭିଙ୍କୁ କରଇ ବସ ।
ବରଷା ଅଟଇ ମଙ୍ଗଳ କାରିଣୀ
ବଞ୍ଚିବାର ରାହା ଦିଏ
ତାର ଦାନେ ଏଇ ଜଗତ ବଞ୍ଚିଛି
ସେଥିପାଇଁ ରାଣୀ ସିଏ ।
