STORYMIRROR

SARATA KUMAR DAS

Children

2  

SARATA KUMAR DAS

Children

ବରଷା ରାଣୀ

ବରଷା ରାଣୀ

1 min
11.5K


"

ବରଷା ରାଣୀ ଲୋ ତୁ ବରଷା ରାଣୀ

ଯାଆ ତୁ ବରଷି ଯାଆ,

ତପତ ହୃଦୟେ ସନ୍ତାପିତ ପ୍ରାଣେ

ଚନ୍ଦନ ଅଜାଡି ଯାଆ ।।


ମେଘ ରାଇଜର ରାଜ କୁମାରୀ ତୁ

ସାତ ରଂଗେ ସାଜେ ଗଭା,

ଆକାଶ ପଥରେ ରୋଷଣୀ ଜାଳି ତୁ

ବଜାଉଛୁ କେତେ ବାଜା ।।


କଳାମେଘୀ ପାଟେ ଦିଶୁ ତୁ ସୁନ୍ଦର

ଓଢଣିରେ ଇନ୍ଦ୍ରଧନୁ ,

କଦମ୍ବ ପତ୍ର ରେ ଢଳଢଳ ତନୁ

ଲୁଚନ୍ତି ସରମେ ଭାନୁ ।।


ପରୀ ରାଇଜର ସପନ ସୁନ୍ଦରୀ

ଅଭିମାନୀ ନବନିତା,

ତୋ'ରି ପରଶେ ନବ ପଲ୍ଲବିତ

ଶୁଷ୍କ ପତ୍ର ତରୁ ଲତା ।।


ସବୁଜ ଶ୍ୟାମଳ ନବ ଦୁର୍ବାଦଳ

ସୁଶୋଭିତ ମହୀତଳ,

ନଦ ନଦୀ ହ୍ରଦ ପାହାଡ ପର୍ବତ

ନାଚୁଛି ଜଳ ଓ ସ୍ଥଳ ।।


ସରଗ ରାଇଜେ ଘରତୁ ତୋଳିଛୁ

ଜାଳି ଅଖଣ୍ଡ ଦୀପାଳି ,

ମୋ ମନ ବୁକୁରେ ଜାଗାଟିଏ ନାହିଁ

ବୈଶାଖୀ ର ମରୁ ବାଲି ।।


ନଇଁ ନଇଁ ଆ' ତୁ ଛୁଇଁ ଛୁଇଁ ଯାଆ

ଶୁଷ୍କ ଓଠ ତନୁ ମନ,

ବିଷ ଜଉଘରେ ଜଳୁଛି ମୁଁ ନିତି

ମଧୁମୟ ହେବ ପ୍ରାଣ ।।


ମୋ ମନ ଆକାଶେ ବିଜୁଳି ଚମକେ

ମାଡି ତ ଆସୁଛି ବାଆ,

ମୌସୁମୀ ଅସ୍ପଷ୍ଟ ଅଚିହ୍ନା ତା ସୁର

ସବୁ ଲାଗେ ମିଛ ମାୟା ।।


ବରଷା ରାଣୀ ଲୋ ତୁ ବରଷା ରାଣୀ

ଝରାନା ଆଖି ରୁ ଲୁହ,

ଭିଜେଇ ଦିଏ ତୁ ଦୁନିଆ ଛାତିକୁ

ଲିଭିଯାଉ ଅନ୍ତର୍ଦାହ ।।

----------------

ଅଧ୍ୟାପକ ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ,ବଡବିଲ

କେନ୍ଦୁଝର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children