Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Romance

3  

baishnaba meher

Romance

ବର୍ଷା ଓ ପ୍ରିୟା

ବର୍ଷା ଓ ପ୍ରିୟା

1 min
158



ବହୁଦିନୁ ବର୍ଷା ହେଇନି ବୋଲି,

ପ୍ରିୟା ମୋ ରୁଷି ଯାଇଛି,

ତନୁରେ ବର୍ଷାଛିଟା ବାଜିବ ବୋଲି,

ମେଘକୁ କେବଳ ଚାହିଁ ରହିଛି l


ମାଟିର ଭିଜା ଭିଜା ବାସ୍ନାରେ,

ଆତ୍ମବିଭୋର ହେବ ବୋଲି,

କେତେବେଳୁ କେଶକୁ ମୁକୁଳା କରି,

ଦାଣ୍ଡ ବାହାରକୁ ଅନେଇ ରହିଛି l


ମୃଦୁ ମଳୟକୁ ଇର୍ଷା କରୁଛି,

କାଳେ କେଜାଣି ସମୀର ପାଇଁ,

ବର୍ଷା ଟୋପା ପ୍ରିୟାକୁ ନଛୁଇଁ,

ମେଘ ଦୂରକୁ ଚାଲି ଯାଉଛି l


ଆଜି ମେଘାଛନ୍ନ ଆକାଶକୁ ଦେଖି,

ଅଳସୀ ପ୍ରିୟା ଜଗି ରହିଛି,

ଦିବୁନ୍ଦା ଦେହେ ପଡିବ ବୋଲି,

ମେଘକୁ ଅନେଇ କଥା ହଉଛି l


Rate this content
Log in

Similar oriya poem from Romance