STORYMIRROR

Sunanda Mohanty

Thriller Others Children

4  

Sunanda Mohanty

Thriller Others Children

ବର୍ଷା ଓ ଚାଷୀ

ବର୍ଷା ଓ ଚାଷୀ

1 min
2


ବର୍ଷା ଡାକେ ଆ ଭାଇ

ଜମି ହୁଏ ବଜବଜ

ହଳ ଲଙ୍ଗଳ ସଜବାଜ

ନଈ ଶୁଭେ କଳକଳ

ଆକାଶ ଟା ଥମଥମ

ସମୁଦ୍ର ଘୁ ଘୁ

ପବନ ବି ସୁ ସୁ

ଶିଶୁ ହୁଏ ବକବକ

ବେଙ୍ଗ ଡ଼ିଏଁ ଫକଫକ

ବର୍ଷା ଝରେ ଝରଝର

ଚାଷୀଭାଇ ହରବର

ବିଲ ବଛା ରୁଆ ତଳି

ହଳ ଲଙ୍ଗଳ ଜୋଚି ଆଗଭର

ଜୋର ଝର ଖରଖର

ବତାସ ଆସେ ଜୋରଜାର

ନଈ ବଢ଼ି ଆସେ ମାଡି

ଗାଁ ଦାଣ୍ଡ ଭରପୁର

ଚାଷୀ ଭାଇ ମୁଣ୍ଡେ ହାତ

ରଖ ପ୍ରଭୁ ଜଗନ୍ନାଥ

ବର୍ଷା ବରଷେ ଟୁପୁ ଟୁପୁ

କେବେ ପୁଣି ଝୁପୁ ଝୁପୁ

ଉଠେ ଚାଷୀ ଭାଇ ଖପଖାପ

ମାରେ ଡିଆଁ ନଦିଏ ଧରାଛୁଆଁ

ବେଉଷଣ ନିଶା ଘରଘର

ବର୍ଷା ପଡେ ଟୁପୁରୁ ଟୁପୁରୁ

ଚାଷୀ ଭାଇ ମନ ଖୁପୁରୁ ଖୁପୁରୁ

କାଳିଆ ବଳିଆ ଭରି ଭାର

ଚାଷୀ ଭାଇ ସାଥେ ଧୀରେ ଧୀର

ବିଲ ଜମି ପଡିଆ ଗୋଚର ପାଣି ଭରପୁର ।।


Rate this content
Log in

Similar oriya poem from Thriller