STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ବର୍ଷା ନିକଟରେ ଋଣୀ

ବର୍ଷା ନିକଟରେ ଋଣୀ

2 mins
4


ବାରମ୍ବାର ପୁନରାବୃତ୍ତି ପ୍ରତ୍ୟୟ

ସେଇ ସମାନ କାହାଣୀ

ସୁଖଦ କାହାଣୀ ଭରା ବର୍ଷା ଋତୁ

ଆସିଛି ଧରାକୁ ପୁଣି


ମାଟିର ମହକ ବିଛୁରିତ ପ୍ରାୟ

ପ୍ରବାହିତ ପବନରେ

ଆକାଶରେ ମେଘ ଯାଏ ଘୁଞ୍ଚି ଘୁଞ୍ଚି

ଭସା ମେଘ ଆକାଶରେ


ବର୍ଷାର ସ୍ପର୍ଶରେ ନୂତନ ଜୀବନ

ଶୁଷ୍କ ବୃକ୍ଷ ପଲ୍ଲବିତ 

ଫୁଲ ଓ ଫଳର ଭବ୍ୟ ସମ୍ଭାରରେ 

ତନ ମନ ଆକର୍ଷିତ


ବର୍ଷାର ସୁଖଦ ରସ ପାନ ପରେ

ଖୁସି ସହ ଗୀତ ନୃତ୍ୟ

ସତେଜତା ଭାବ ସହଜେ ପ୍ରତ୍ୟୟ

ମନ ପ୍ରାଣ କୃତ୍ୟ କୃତ୍ୟ 


ସାତ ରଙ୍ଗ ଛିଟା ଇନ୍ଦ୍ରଧନୁ ଧାରେ

ସୂର୍ଯ୍ୟଙ୍କ ଉପସ୍ଥିତିରେ

ଆକାଶ ପୃଥିବୀ ଏକାକାର ପ୍ରାୟ

ଦୂର ଦିଗବଳୟରେ


କ୍ରମାଗତ ବୃଦ୍ଧି ଜଳ ସ୍ତର ଦୃଶ୍ୟ

ନଦୀ ନାଳ ପୋଖରୀରେ

ଜଳ ସ୍ରୋତ କ୍ରମେ ଉଛୁଳି ଗର୍ଜନ

ଅନୁମେୟ ସହଜରେ


ଝିପି ଝିପି ବର୍ଷା ସହିତ ବିଜୁଳି

ମେଘ ସହ ଲୁଚକାଳି

ମୂଷଳ ଧାରାରେ ଅବିରାମ ବର୍ଷା

ଜଳ ଧାରେ ମାଛ ମେଳି


ବର୍ଷା ବିଧୌତ ଧରଣୀ ବକ୍ଷରେ

କୀଟ ପତଙ୍ଗଙ୍କ ଖେଳ

ଝିଙ୍କାରି ଦର୍ଦୁର ସ୍ୱର ଉତ୍ତୋଳନେ

ରାତି ସାରା କୋଳାହଳ


ଜୀବ ଜଗତରେ ଆନନ୍ଦ ଲହରୀ

ଗୀତ ନାଚ ଧାରେ ଧାରେ

ପର୍ବ ପର୍ବାଣୀ ର ସୁଖଦ ମୁହୂର୍ତ୍ତ

ଜଡ଼ିତ ବର୍ଷା ଋତୁରେ


ମୌସୁମୀ ବର୍ଷାରେ ଜୀବନ ନିହିତ

ଜୀବ ଜଗତକୁ ହିତ 

ବଞ୍ଚିବାର ଉପାଦାନ ସୃଷ୍ଟି ଅର୍ଥେ

ପ୍ରେରଣା ବି ତ୍ୱରାନ୍ୱିତ


ବର୍ଷାର ସୂଚନା ମେଘ ସହିତରେ

ଦୃଶ୍ୟ ଆକାଶ ମାର୍ଗରେ 

ଚାତକ ବିଚରା ଚକ୍କର ଆକାରେ

କ୍ରମାଗତ ଭାବେ ଘୁରେ


ମେଘୁଆ ଆକାଶେ ଉଡି ସେ ଚାତକ

ଆଶା ଭରସା ସହିତ

ବର୍ଷା ବୁନ୍ଦା ଧାରେ ତୃଷା ନିବାରଣ

ହୃଦେ ଖୁସି ଅପ୍ରମିତ


କଳା ମେଘ ଦେଖି ନାଚେ ସେ ମୟୂର

ବର୍ଷାର ସୂଚନା ଧାରେ

ଖୁସି ବ୍ୟକ୍ତ କରେ ନୃତ୍ୟ ତାଳେ ତାଳେ 

ସମ୍ଭାବ୍ୟ ବର୍ଷା ଦୃଶ୍ୟରେ


ମୌସୁମୀ ବର୍ଷାର ଆଗମନ ଜାଣି

ଚାଷୀ ମନେ ଖୁସି ଭରା

ସୁନାର ଫସଲ ପରିକଳ୍ପନାରେ

ଖୁସି ସତେ ଆତ୍ମହରା


ପ୍ରେମୀ ଯୁଗଳଙ୍କ ମନ ଆଉ ପ୍ରାଣ

ମିଳନ ପାଇଁ ଅଥୟ

ପ୍ରେମିକା ଶରୀର ଭିଜି ଗଲେ ଥରେ

ପ୍ରେମିକ ର ତାଳ ଲୟ 


ଘର ପାଖା ପାଖି ପାଣି ଧାର ଧାରେ

ପିଲାଙ୍କ କୌତୁକ ଭାରି 

ଚାହିଁ ରହିଛନ୍ତି ମେଘୁଆ ଆକାଶ

କାଗଜ ଡଙ୍ଗା କୁ ଧରି


ବର୍ଷା ବୁନ୍ଦା ପ୍ରତି ଜଣେ ବର୍ଷା ପ୍ରେମୀ

ପଚାରିଲା ପ୍ରେମ ବହି 

ଆକାଶ ମାର୍ଗରୁ ପତିତ ଧରାରେ

କଷ୍ଟ ହେଉଛି କି ନାହିଁ !


ହସି ହସି ଧିରେ କହେ ବର୍ଷା ବୁନ୍ଦା

ମାଟି ମାଆ ଏଇ ଧରା 

ମାଆ କୋଳେ ଡେଇଁ ବଞ୍ଚିବାର ଖୁସି

ନିହାତି ଭାବେ ନିଆରା


ପ୍ରଶ୍ନ କର୍ତ୍ତା ସେହି ବର୍ଷା ପ୍ରେମୀ ମୁଖେ

ବର୍ଷା ପ୍ରତି ଜୟ ଧ୍ୱନି

ସୁଖଦ କାହାଣୀ ବର୍ଷାରେ ନିହିତ

ବର୍ଷା ନିକଟରେ ଋଣୀ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract