STORYMIRROR

Jyotirmoyee Mohanty

Romance

4  

Jyotirmoyee Mohanty

Romance

ବର୍ଷା ଭିଜା ଏଇ ରାତି

ବର୍ଷା ଭିଜା ଏଇ ରାତି

1 min
408

ବର୍ଷା ଭିଜା ଏଇ ରାତି ସାଥୀ 

ନେଇଯାଅ ତୁମ ବାହୁ ଆଲିଙ୍ଗନେ 

ଦେହରେ ଅନେକ ତାତି, 

 ସାଥୀ ବର୍ଷା ଭିଜା ଏଇ ରାତି ସାଥୀ।


ଅମା ଆନ୍ଧାରିଆ ରାତି ସାଥୀ

ଦୀପାଳୀର ସମ ମୁଁ ଏଠି ଜଳୁଛି 

ଭିଜୁଅଛି ସାରା ରାତି, 

ସାଥୀ ବର୍ଷା ଭିଜା ଏଇ ରାତି ।


ହୃଦୟ ଜଳୁଛି ଏକା ସାଥୀ 

ହୃଦୟ ଜ୍ୱଳନ ପ୍ରଶମିତ କର 

ଦେହରେ ଦେହକୁ ଛନ୍ଦି, 

ସାଥୀ ବର୍ଷା ଭିଜା ଏଇ ରାତି ।


ଓଠକୁ ଓଠରେ ଥାମି, ସାଥୀ

ଆଙ୍କିଦିଅ ଗୋଟେ ଉଷ୍ମ ଚୁମ୍ୱନ

ଅଭୁଲା ହେଉ ଏ ରାତି 

ସାଥୀ ବର୍ଷା ଭିଜା ଏଇ ରାତି ।


ତୁମର ଅମୃତ ସ୍ପର୍ଶେ ସାଥୀ  

ମିଟିଯାଉ ଯେତେ ତୃଷ୍ଣା ଏ ମନର 

ଅବନୀ ମିଶୁ ଅମ୍ୱରେ 

ସାଥୀ ବର୍ଷା ଭିଜା ଏଇ ରାତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance