STORYMIRROR

Er.Sasanka Sekhar Panda

Romance

4  

Er.Sasanka Sekhar Panda

Romance

ବରଷା ଆସିଛି

ବରଷା ଆସିଛି

1 min
296

ବରଷା ଆସିଛି ଦୂର ଗାଁ ଡେଇଁ 

ମୋ ମନର ବଗିଚାରେ 

ସରସୀ ଢେଉର ମୃଦୁ ହସ ଦେଖି

ପିକ ନାଚେ ଗୀତ ସୁରେ (o)


ଆରେ ଏ ବରଷା ସତ କହ ମୋତେ 

ଭେଟିଛୁ କି ମୋର ପ୍ରିୟାକୁ 

ତା' ବାରତା କିଛି ସାଥେ ଆଣିଛୁ କି 

ମୋ କାନେ ଓଜାଡ଼ି ଦେବାକୁ,

କେମିତି ସେ ଅଛି ତା କଥା ଭାବୁଛି 

ନିରବରେ ନିରୋଳାରେ .... (୧)


ରୂପ ରାଇଜର ସିଏ ମୋର ରାଣୀ  

ସତେ ଅବା ଅପସରି 

ଶ୍ୟାମଳ କୋମଳ ରଙ୍ଗ ତାହାର 

ଆଖିରେ କାମନା ଝରି, 

ନିଈତି ଦେଖୁଛି ସେହି ପ୍ରତିଛବି

ହୃଦୟର ଆଇନରେ.... (୨)


Rate this content
Log in

Similar oriya poem from Romance