STORYMIRROR

Dr Baman Chandra Dixit

Abstract Inspirational

4  

Dr Baman Chandra Dixit

Abstract Inspirational

ବଡ଼ କଥା

ବଡ଼ କଥା

1 min
303

ମଧୁର ସୁଆଦ ପାଚିଲା ଆମ୍ବର

ରସେ ରସାଳିଆ ମିଠା ମିଠା

ଆମ୍ବ ଗଛ ଗୋଟେ ଆସ ଲଗାଇବା

ତେବେ ସିନା ହେବ ବଡ଼ କଥା।


ବାଡ଼ି ବରକୋଳି କଇଥ ସାଲମା

ଟିକେ ଖଟା କିଏ ଟିକେ ମିଠା

ଫଳ ଫଳେଇବା ସଭିଏଁ ଖାଇବା

ତେବେ ସିନା ହେବ ବଡ଼ କଥା।


କାଗଜି କମଳା ଟଭା କି ଅଅଁଳା

ଖଟାଳିଆ ପାଟି ସୁଆଦିଆ

ବାତାପି ଗଛଟେ ଆସ ଲଗେଇବା

ତେବେ ସିନା ହେବ ବଡ଼ କଥା।


ତାଳ ତମାଳ କି ଖଜୁରୀ ବଉଳ

ଅବା ନାସପାତି ଅନାରସ

ସୁଆଦିଆ ଫଳ ଖାଇ ଖୁଆଇବା

ତେବେ ସିନା ହେବ ବଡ଼ କଥା।


ସପେଟା ପିଜୁଳି ଅବା କ୍ଷୀର-କୋଳି

ଆହା କି ସୁଆଦ ଲାଗେ କୁହ

ଡାଲିମ୍ବ ଗଛଟେ ଆସ ଲଗେଇବା 

ତେବେ ସିନା ହେବ ବଡ଼ କଥା।


ଶାଳ ପିଆଶାଳ କଈମ କୁରୁମ

ପୁଣ୍ଟିଆ ହେଉ କି ଦେଵଦାରୁ

ଗଛ ଲଗେଇବା ଛାୟା ବିତାରିବା

ତେବେ ସିନା ହେବ ବଡ଼ କଥା।


ଚାରାଟିଏ ପୋତି ପାଣି ଦେଉଥିବା

ବଞ୍ଚେଇ ରଖିବା ଯତନରେ

ସ୍ଵଛ ସଂସାରର ସ୍ୱପ୍ନ ସତ ହେବ

ତେବେ ସିନା ହେବ ବଡ଼ କଥା।


ଅଜା ଲଗେଇଲେ ନାତି ଭୋଗୁଥିବ

ନାତି ପୁଣି ଦିନେ ଅଜା ହେବ

କଡ଼ି ପରେ କଡ଼ି ଯୋଡି ଚାଲିଥିବା

ତେବେ ସିନା ହେବ ବଡ଼ କଥା।


ଦିନ ଚାଲିଯାଏ ଚିହ୍ନ ରହିଯାଏ

କରିଥିବା ଯଦି ଭଲ କାମ

ମରଣ ପରେବି ଜୀଈ ରହିଥିବା

ତେବେ ସିନା ହେବ ବଡ଼ କଥା।


Rate this content
Log in

Similar oriya poem from Abstract