STORYMIRROR

ସ୍ମୃତି ପ୍ରଜ୍ଞା କାନୁନଗୋ

Romance Fantasy

4  

ସ୍ମୃତି ପ୍ରଜ୍ଞା କାନୁନଗୋ

Romance Fantasy

ବର୍ଣ୍ଣାଳୀ

ବର୍ଣ୍ଣାଳୀ

1 min
15

ରାତି ଟା ମୋତେ ଭାରି ନିସଂଗ ଲାଗେ
ଆଖି ଚାରିପଟେ ପଇଁତରା ମାରନ୍ତି ଗୁଡେ କୁଆଁ ତାରା

ଆଉ ଏ ତାରା ଗୁଡା ମିଶି ଜାଳି ଦିଅନ୍ତି ମୋ ଭ୍ରୁଲତା 
ଜନ୍ହ କୁ ଦେଖିବାକୁ ଆଉ ଇଚ୍ଛା ହୁଏନି

ଆଖି କୋଳେଇ ନିଏ ଅନ୍ଧାର ର କାଳିମା କୁ
ଅମାବାସ୍ୟା ପୂର୍ବରୁ ଜନ୍ହ ନିଜେ ଆସି ଲୁଚି ଯାଏ ମୋ ଆଖି ତଳେ
ବୋଳି ଦେଇ ଯାଏ ତା କଳା ରଙ୍ଗ ଅଚି ରେ

ବାହାରେ ଭାରି ଚର୍ଚ୍ଚା ହୁଏ
ସେ କାଳେ ରାତି ରାତି ସୁଏନି ବୋଲି

କେହି ବୁଝିବେନି ରାତି ରେ ସେ ନିଜକୁ ପାଏ ନିଜ ପାଖରେ 
ଆଉ ଆଲୋକ ର ଚକମକ୍ ଭିତରେ ବି ପାଏ ସେ କିଟ୍ ମିଟ ଅନ୍ଧାର

ଏମିତି ଏମିତି କଟି ଯାଏ ସେ ରାତି
ହେଲେ ଯେବେ ତୁମ ଆଲୋକ ରେ ରଙ୍ଗେଇ ହୁଏ 
ମୁଁ ପୁଣି ପାଲଟେ କଅଁଳ ସକାଳ

ନୂଆ ସୁରୁଜ କିରଣ କୁ ଖୋଷା ରେ ମାରି
ସାଜି ଯାଏ ବର୍ଣ୍ଣାଳି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance