ବର୍ଣ୍ଣାଳୀ
ବର୍ଣ୍ଣାଳୀ
ରାତି ଟା ମୋତେ ଭାରି ନିସଂଗ ଲାଗେ
ଆଖି ଚାରିପଟେ ପଇଁତରା ମାରନ୍ତି ଗୁଡେ କୁଆଁ ତାରା
ଆଉ ଏ ତାରା ଗୁଡା ମିଶି ଜାଳି ଦିଅନ୍ତି ମୋ ଭ୍ରୁଲତା
ଜନ୍ହ କୁ ଦେଖିବାକୁ ଆଉ ଇଚ୍ଛା ହୁଏନି
ଆଖି କୋଳେଇ ନିଏ ଅନ୍ଧାର ର କାଳିମା କୁ
ଅମାବାସ୍ୟା ପୂର୍ବରୁ ଜନ୍ହ ନିଜେ ଆସି ଲୁଚି ଯାଏ ମୋ ଆଖି ତଳେ
ବୋଳି ଦେଇ ଯାଏ ତା କଳା ରଙ୍ଗ ଅଚି ରେ
ବାହାରେ ଭାରି ଚର୍ଚ୍ଚା ହୁଏ
ସେ କାଳେ ରାତି ରାତି ସୁଏନି ବୋଲି
କେହି ବୁଝିବେନି ରାତି ରେ ସେ ନିଜକୁ ପାଏ ନିଜ ପାଖରେ
ଆଉ ଆଲୋକ ର ଚକମକ୍ ଭିତରେ ବି ପାଏ ସେ କିଟ୍ ମିଟ ଅନ୍ଧାର
ଏମିତି ଏମିତି କଟି ଯାଏ ସେ ରାତି
ହେଲେ ଯେବେ ତୁମ ଆଲୋକ ରେ ରଙ୍ଗେଇ ହୁଏ
ମୁଁ ପୁଣି ପାଲଟେ କଅଁଳ ସକାଳ
ନୂଆ ସୁରୁଜ କିରଣ କୁ ଖୋଷା ରେ ମାରି
ସାଜି ଯାଏ ବର୍ଣ୍ଣାଳି।

