STORYMIRROR

Smrutiprajna Kanungo

Abstract

4  

Smrutiprajna Kanungo

Abstract

ସଂଗ୍ରାମ

ସଂଗ୍ରାମ

1 min
13

ମିଛ ଆଉ ଅଭିନୟ ମଝିରେ ଯାଇଥିବା 
ଗଳି ବାଟ ଟା ତାକୁ ଭଲ ଭାବେ ଜଣା ,

ସେ ହସିଦେଇ ଚାଲି ଯାଏ ମୋତେ ଅତିକ୍ରମ କରି
ମୋ ସହନଶୀଳତା ର ଦୁର୍ଗ ଡେଇଁ,
ଥରେ ହେଲେ ବି ସେ ବୁଲି ଦେଖେ ନାହିଁ 
କେତେ ପଛ ରେ ମୁଁ,

ଦେଖେ ନାହିଁ କେତେ ଯୋରେ 
ଧଡ ଧଡ୍ ହେଉଛି ମୋ ହୃଦୟ
କେଡେ ଜୋରେ ଚାଲିଛି ମୋ ଦୀର୍ଘଶ୍ୱାସ
ଆଉ କେଡେ ଶିଥିଳ ମୋ ବେଗ,

ସେ ଭାବୁଛି ମୁଁ ଦୁର୍ବଳ
ମୋତେ ହରାଇ ସେ ବଢାଇବ ତାର ଆତ୍ମବଡିମା
ପିନ୍ଧିବ ବିଜୟ ର ମୁକୁଟ ଆଉ ଗଢ଼ିବ ଏକ ସାମ୍ରାଜ୍ୟ,

ସେ ତାର ଅହଙ୍କାର କୁ କଳନା କରେ 
ମୋ ସାମର୍ଥ୍ୟ ସହିତ ସ୍ୱାଭିମାନ ର ଦ୍ୱାହି ଦେଇ
ଓ କରୁଣ୍ୟତା ର ଅମୋଘ ଅସ୍ତ୍ର ରେ ହୃଦୟ କୁ ବିନ୍ଧି ଦେଇ,
ରକ୍ତାକ୍ତ କ୍ଷତ କୁ ଆଉଁସି ଦେଇ ଚାଲେ ମୁଁ 
ତା ପଛରେ ,

ବେଶ୍ ଖୁସି ଜଣା ପଡ଼େ ସେ
 ତା ଅଟ୍ଟହାସ୍ୟ ର ଗୁଞ୍ଜରଣେ 
 ମୋ ମନ ସାଗରରେ ସୃଷ୍ଟି ହୁଏ ଘୂର୍ଣ୍ଣିବଳୟ 
ମୋ ଅଶ୍ରୁ ତର୍ପଣ ରେ ପ୍ଲାବିତ ହୁଏ ମରୁ ବାଲି,

ସେ ଯେଉଁ ପ୍ରତିଯୋଗିତା ରେ ଧାଉଁଛି 
ସେ ଜାଣି ନାହିଁ
ତା ଠୁ ବହୁ ଆଗରୁ ମୁଁ ହାରି ଯାଇଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract