STORYMIRROR

ସ୍ମୃତି ପ୍ରଜ୍ଞା କାନୁନଗୋ

Abstract Romance Tragedy

4  

ସ୍ମୃତି ପ୍ରଜ୍ଞା କାନୁନଗୋ

Abstract Romance Tragedy

ମାୟାବୀ

ମାୟାବୀ

1 min
12

କିଏ ତୁମେ ମାୟାବୀ?
ନିର୍ଦ୍ୱନ୍ଦ ରେ ମୋତେ ମୋ ଠୁଁ ଲୁଚେଇ ନଉଛ 
ବାହ୍ୟ ଜଗତ ଠୁଁ ବିଚ୍ଛିନ୍ନ କରି,

ହସ କୁ ବିଷାଦ ରେ ଭରି 
ମୋ ଅସ୍ତିତ୍ବ କୁ ପ୍ରଶ୍ନ କରି
ମୋତେ ବାରମ୍ବାର ବିବଷ କରି ,

ମୋ ଅଧିକାର ଗୁଡିକୁ ପାଦ ରେ ମକଚି କରି
ମାନବିକତା କୁ ଜଳାଞ୍ଜଳି ଦେଇ
ଆଉଁସି ଦେଇ ମୋ ଚମଡ଼ା ଉତାରି,

ତୁମ ଆଖି ଚାରିପଟେ
ଅନ୍ଧକାର ର ପରଳ 
ତୁମ ଆଲୋକ ତୁମ କୁ 
ଅନ୍ଧାର ରେ ଠେଲି ଦେଲା ପରେ
ତୁମେ ଖସି ଯାଅ ପାତାଳକୁ,

ତୁମେ ଶେଷ ଯାଏ ଆଖି ମିଶେଇ ଚାହୁଁଛ
ଏତେ ଦୁଃସାହସ କିଭଳି କରି ପାରୁଛ,
କିନ୍ତୁ ଏଠି ଯେ ପାତାଳ ବୋଲି କିଛି ନାହିଁ
ସବୁ ତୁମରି ଚକ୍ରାନ୍ତ
ପୁଣି ସଜାଡ଼ି ଦେବ ତୁମେ ସବୁ
ସଜେଇ ସମସ୍ତଙ୍କୁ ଗାନ୍ଧାରୀ ନିମିଷକ ମଧ୍ୟରେ, 

ସବୁ ଦ୍ରୌପଦୀ ଅଗ୍ନି ରେ ଭସ୍ମ ହୋଇ ହେଉଥିବେ
ଏତେ ସବୁ ପରେ ବି ତୁମେ ନିଷ୍କଳଙ୍କ ରହିବ 
ଏ ସମାଜ ନଇଁ ଯିବ ତୁମ ଆଗରେ 
ତୁମେ ଶ୍ରେଷ୍ଠ ବୋଲି ଧରି ନେବେ ସବୁ,

ପ୍ରଶ୍ନ ପଚାରିବାକୁ କାହାର ପାଟି ନଥିବ
ଦେଖିବାକୁ ଆଖି ନଥିବ
ଆଉ ଚାଲିବାକୁ ଆଗରେ ବାଟ ନଥିବ
ଆଉ ତୁମ କୁ ସହିବା ଛଡ଼ା ଆଉ କିଛି ଉପାୟ ନଥିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract