STORYMIRROR

ସ୍ମୃତି ପ୍ରଜ୍ଞା କାନୁନଗୋ

Drama Romance

4  

ସ୍ମୃତି ପ୍ରଜ୍ଞା କାନୁନଗୋ

Drama Romance

କଥା ତ ଏତିକି

କଥା ତ ଏତିକି

1 min
8





ତୁମ ସହ ଖାଲି ଦେଖା ହେବାର କଥା ଥିଲା
ହେଲେ ତୁମ ସହ ଭିଯିବାର କଥା ତ ନଥିଲା,

ତୁମ ସହ କପେ ଚା ପିଇବାର କଥା ଥିଲା
ହେଲେ ତୁମ ସହ ଗୋଟେ ଛତା ତଳେ ଚାଲିବାର କଥା ତ ନଥିଲା,

ତୁମେ କହିଥିଲ ଖୋଲା କେଶ ରେ ଆସିବା ପାଇଁ
ହେଲେ ଓଦା କେଶ ଗୁଡ଼ିକୁ ବେକ ପାଖରୁ ସଜାଡ଼ିଦେବା ର କଥା ତ ନଥିଲା,

ଚା ଭାଟି ର ଧୂଆଁ ପରି ମନ ର ନିଆଁ ଟା ଜଳି ଜଳି ଲିଭୁଥିଲା
ତୁମ ସ୍ପର୍ଶ ରେ ସେ ଜୀବିତ ହୋଇଯିବେ ସେ କଥା ତ ନଥିଲା,

ତୁମେ ବି ତ ଭିଯୁଛ
ହେଲେ ମୋ ପିନ୍ଧା ଶାଢ଼ୀ କାନି କୁ ନିଜ ହାତେ କାଇଁ ଗୁଡ଼ାଇଛ
ଏମିତି କଥା ତ ନଥିଲା,
 

ମୋ ସହ ଚାଲି ଚାଲି ନଈ କୂଳ ରେ ବସିବାର କଥା ଥିଲା
ମୋ ଶାଢ଼ୀ ରେ ପାଣି ଛିଟକା ନା ଲାଗୁ କହି
ମୋତେ ଗୋଟେ ହାତ ରେ ପାଖକୁ ଟାଣି ନେବାର କଥା ତ ନଥିଲା

ଖାଲି ମୋ ସହ କିଛି ସମୟ ଚାହୁଁଛ କହିଥିଲ
ହେଲେ ମୋ ମନ ରେ ଘର ତୋଳି ସେଠି ରହି ଯିବାର କଥା ତ ନଥିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama