STORYMIRROR

ସ୍ମୃତି ପ୍ରଜ୍ଞା କାନୁନଗୋ

Romance Fantasy

4  

ସ୍ମୃତି ପ୍ରଜ୍ଞା କାନୁନଗୋ

Romance Fantasy

ବଲ୍ଲଭ ରସ

ବଲ୍ଲଭ ରସ

1 min
18

ମୋତେ ତୁମ ଆଗରେ ସିଧା କଥା କହି ଆସେନି କି
ତୁମ ବେଢ଼ଙ୍ଗ ପ୍ରଶ୍ନ ର ଉତ୍ତର ଦେଇ ଆସେନି
ନଈ ଭଳି କୁଳୁକୁଳୁ ନାଦ କରି ବୋହିଚାଲ ତୁମେ
ମୁଁ ତୁମ କ୍ଷୀପ୍ରତା ରେ ନିଜ କୁ ଭାଙ୍ଗି ତୁମ କୁ ଆବୋରି ନିଏ,

 ତୁମ ଆଗରେ ସିଧା  ହସି ପାରେନି
ହେଲେ ମନ ଭିତରେ କେତେ ଯେ ପ୍ରଜାପତି ଉଡ଼ି ବୁଲନ୍ତି
 ତାର କଳନା ନାହିଁ
ତୁଚ୍ଛା ଟାରେ ତୁମ ଉପରେ ଅଭିମାନ କରେ
ମୋର ଏ ଦଶା ପାଇଁ ,

ଜାଣେନା ତୁମର ଅତୀତ
ଜାଣିବାକୁ ଚାହୁଁନି ମଧ୍ୟ
ତୁମେ କିନ୍ତୁ ପଢ଼ି ପକାଅ ମୋତେ 
ଖବରକାଗଜ ଭଳି
ତୁମ ଆଗରେ ଇଚ୍ଛା କରିବାକୁ ବହୁ ଅଳି ଅର୍ଦ୍ଦଳି,

ତୁମ ସହ ଯୋଡ଼ି ହୋଇଛି ମୋର ଏକ ଅପୂର୍ବ ଅଲୌକିକ ଖିଅ 
ମେଘ ମେଦୁର ଆକାଶ କୁ ତୁମେ ଭଲ ପାଅ ବୋଲି
କଳାମେଘ ମୋର ପ୍ରିୟ,

 ତୁମ ଆଖି ରେ ଆଖି ମିଶିଗଲେ
ଅନୁଭୂତ ହୁଏ ଶିହରଣ
ଏ ନୂତନ ଉନ୍ମାଦନା ର ତୁମେ ହିଁ ଏକମାତ୍ର କାରଣ,

ପବନ ତୁମ କୁ ଛୁଇଁ ମୋ ଭିତରେ ପଶି ଯାଏ
ତୁମ ଭିତରୁ ତୁମ କୁ ଛାଣି ମୋ ସହ ମିଶାଏ
 ହେଲେ ଯେବେ ମୁଁ ଅନୁଭବ କରେ ତୁମକୁ ଅତି ନିକଟରୁ
 ଭିତରେ କେତେ ବର୍ଷା ବସନ୍ତ ଆଉ ବୈଶାଖ ବିତି ଯାଏ,

 ମୁଁ ମିଛ କୁହେ ମୋର କିଛି ହେଇନି ସେତେବେଳେ ମୁଁ ଆଉ ମୁଁ ନଥାଏ,
 ହାତ ପାଦ ମୋର ଝାଳେଇ ଯାଉଥାଏ
 ପୀରତି ର ଅନଳ ଧୀରେ ଧୀରେ ମୋତେ ଗ୍ରାସ କରୁଥାଏ,

ପାର୍ଥିବ ଶରୀର ମୋର ଭୂଇଁ ରେ ଲୋଟି ପଡୁଥାଏ
 ଆଉ ଆତ୍ମା ମୋର କାହିଁ କେତେ ଦୂରେ
 ପ୍ରେମ ର ମୃଦଙ୍ଗ ବଜାଉଥାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance