STORYMIRROR

ସ୍ମୃତି ପ୍ରଜ୍ଞା କାନୁନଗୋ

Abstract Romance

4  

ସ୍ମୃତି ପ୍ରଜ୍ଞା କାନୁନଗୋ

Abstract Romance

ସମାଧି

ସମାଧି

1 min
16



ସେ ଜାଣେ ,ଖୁବ୍ ପାଖରୁ ମୋତେ
ପଢ଼ିପାରେ ସେ ମୋର ଭ୍ରୁଲତାକୁ
ଆଉ ମୋର ଇତଃସ୍ତତଃ ଆଖି ଦ୍ୱୟକୁ,

ସେ ପରଖି ପାରେ ମୋ ହାତର ନାଡିରୁ ହୃଦୟ କଥା
ଆଉ ମୋ ଅସ୍ଥିର ଗୋଡ଼କୁ ଦେଖି,
ସେ ବୁଝିନିଏ ମୋ ମସ୍ତିଷ୍କ ସହ ହୃଦୟର ଦ୍ୱନ୍ଦ୍ୱ 
ଆଉ ଜାଣିଯାଏ ମୋ ଦୁର୍ବଳତାକୁ ।

ଧରେଇ ଦିଏ ସେ ମୋ ହାତରେ କଲମ
ଆଉ ଲେଖେଇ ଦିଏ ଗାଥା,ବ୍ୟଥା ଓ କବିତା,

ସେ ସାନ୍ତ୍ୱନା ଦେଇ ହେଇଯାଏ ଅତି ଆପଣାର
ମୋ ଅଜାଣତେ ମୋତେ ବାନ୍ଧି ଦିଏ ସମ୍ପର୍କର ଖିଅରେ,

ମୋ ସଞ୍ଜ , ଆଉ ରାତିକୁ ଛଡେଇ ନିଏ ମୋ ଠୁଁ
ମୋ ଏକୁଟିଆ ପଣକୁ ଦୂର କରି ,
ମୋତେ ଗ୍ରାସିଦିଏ ମୁଣ୍ଡଠାରୁ ତଳିପା ଯାଏଁ 
ପୁଣି କେବେ ମୋ ଭିତରୁ ବାହାରି ଆସି 
ଠୋ ଠୋ ହସେ ମୋ ଉପରେ ।

ଏ ସବୁ ଛକା ପଞ୍ଝା ଭିତରେ ତା' ସହ ଭାରି ଅଭ୍ୟସ୍ଥ ମୁଁ ;
ଭଲ ଲାଗିବାକୁ ଲାଗେ ସବୁ କିଛି
ଲାଗେ ସବୁ କିଛି ଥାଇ ମଧ୍ୟ 
ମୋ ପାଖେ ମୋର କିଛି ନାହିଁ
ସେ ମୋର କେହି ବି ନୁହଁ
କିନ୍ତୁ ମୋର ସବୁ କିଛି,

ସେ ଜଡ କି ଚେତନ ମୁଁ ଜାଣି ପାରେନା
କି ମୋର ଗୋଟେ ଅନ୍ଧାରିଆ ଭାଗ ତାହା ମଧ୍ୟ ଜାଣି ପାରେନା ;

ସେ ଲାଗେ ପାହାନ୍ତିଆ ସକାଳର ଦୁଃସ୍ଵପ୍ନ ଭଳି
ପୁଣି କେବେ କେବେ ଆଖି ପଲକରେ
ଓହଳି ପଡୁଥିବା ସୁନେଲି ଆଶା ଭଳି,

କେବେ ଦେଖି ନଥିବା ଭୟାନକ ରାତିର ;
ଥୁଣ୍ଟା ବରଗଛ ଉପରେ ସେ ରୁହେ ।
ଆଉ ଯେବେ ବି ଆସେ ଖାଲି ମୋ ପାଇଁ ହିଁ ଆସେ,

ସେ ବୋଧେ ଜାଣିଛି ମୋ ଭିତରର "ମୁଁ" କୁ
ଯାହାକୁ କାହିଁ କେବେଠୁଁ ସମାଧି ଦେଇ ସଜାଡ଼ିଛି ମୁଁ ମୋର ଅତୀତକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract