STORYMIRROR

ସ୍ମୃତି ପ୍ରଜ୍ଞା କାନୁନଗୋ

Romance Tragedy

4  

ସ୍ମୃତି ପ୍ରଜ୍ଞା କାନୁନଗୋ

Romance Tragedy

ସହଚରୀ

ସହଚରୀ

1 min
5

ସେ ଚାଲିଗଲା ମୋ କଡ଼ରେ,
ମୋ ପାଦ ସହ ପାଦ ମିଶେଇ,
ମୋ ହୃଦ୍ ଗତି ସହ ତା ହୃଦ୍ ଗତି ମିଶେଇ,
ମୋ ଚଲା ବାଟରେ ସହଚରୀ ହୋଇ।

ଚାଲିଲା ସେ ବେଶ୍ କେତେ ବାଟ
କେତେ ଖାଲ, ଢିପ, ପାହାଡ, କଙ୍କର ଡେଇଁ
ତା ଦେହର ବାସ୍ନା ମୋ କେଶ ରେ ନେଶି ଦେଇ,
ଆଉ ପୁଣି ତା ନିଃଶ୍ୱାସ ମିଶା 
ପବନ ମୋ ସ୍ନାୟୁ ରେ ଖେଳେଇ ଦେଇ।


ପବନର ଦିଗ ପରି ଦିନେ ବଦଳି ଗଲା ତା ଦିଗ!
ସେ ଚାଲିଲାନି ଆଉ ମୋ ସହ ମୋ ଚଲା ବାଟରେ
ଚାଲିଲା ଗୋଟେ ନୂଆ ବାଟରେ,
ଯୋଉଟା ମୋତେ ଅତିକ୍ରାନ୍ତ କରି ଯାଏ
ମୋ ଆଖି ଆଗରେ ପ୍ରତିଦିନ , ପ୍ରତି କ୍ଷଣରେ।

ସେ ବି କ'ଣ ଏମିତି ମୋତେ ଖୋଜୁଥିବ
ପଥର ଆଉ ପତ୍ର ରୁ ମୋ ସ୍ପର୍ଶ ସାଉଁଟି ଆଣୁଥିବ 
ମୋ କଥା ଟିକେ ଭାବୁଥିବ!!!
ତା ଦେହ ର ବାସ୍ନା ଗୁଡା ଏବେ ବି 
ମୋ ପାଖ ରେ ପହଞ୍ଚେ,
 ଏବେ ବି ସେ ମୋ ଭିତରେ ବଞ୍ଚେ।


ସେ କାହୁଁ ଜାଣିବ ମୋ ମନ ର ଭାବନାକୁ,
ଯେଉଁ ଭାବନାର ଦିକ୍ ଦିକ୍ ଆଲୁଅରେ
ମୁଁ ରାତି ରାତି କବିତା ଲେଖେ
ତାକୁ ନେଇ ,
 ଆଉ ସମୟ ର ଅଗ୍ନି କୁଣ୍ଡ ରେ
 ପ୍ରତି ନିଶାର୍ଦ୍ଧ ରେ ଆହୁତି ଦିଏ ତାରି ପାଇଁ।


କାହୁଁ ଜାଣିବ ସେ ସଜ ହଉ ନଥିବା ଝିଅ ଟେ
କାହିଁ ସଜଳ କଜଳ ମାଖି, ଅତର ଅତର ବାସେ,
କାହୁଁ ଜାଣିବ ଏବେ ତାରା ଭରା ରାତି ରେ 
କେହି ଜଣେ ଝରକା ବାଟେ ଜନ୍ହ କୁ ଚାହିଁ ହସେ।

ସେ ଅମାନିଆ ବାଆ ଭଳି ଆସିଲା
ତା ବାସ୍ନାରେ ମୋତେ ବାସ୍ନାୟିତ କରି
ପୁଣି ଫେରିଗଲା ଦିଗନ୍ତକୁ,
ଆଉ କାହାକୁ ତା ବାସ୍ନାରେ ଆହ୍ଲାଦିତ କରିବାକୁ।

ପୁଣି ସେ ଆସିବ ଆଉ ଏକ ଶ୍ରାବଣରେ,
କେଉଁ ଆଶ୍ୱିନ ର ମୁହଁ ସଞ୍ଜରେ,
ଭେଟିବ ମୋତେ ସେ ନଈ ପଠା ର 
କାଶତଣ୍ଡୀ ଙ୍କ ଭିଡ ଭିତରେ।

ସବୁ ଅବଶୋଷ ,କ୍ଳାନ୍ତି ଦୂର କରି ଦେଇ
ଉଡିଯିବି ତା ସହ ସେଇ ଦିଗନ୍ତକୁ,
ସବୁ ରଙ୍ଗ ଛାଡ଼ି ଜ୍ୟୋସ୍ନାୟୀତ ହୋଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance