STORYMIRROR

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ବୃକ୍ଷ ରୋପଣ

ବୃକ୍ଷ ରୋପଣ

1 min
215



ବୃକ୍ଷ ରୋପଣ ବନମହୋତ୍ସବ

ଅଟେ ମହା ଅଭିଯାନ

ପରିବେଶରକ୍ଷା ଜାତୀୟ କର୍ତ୍ତବ୍ୟ

ସର୍ବେ ହୁଅ ସଚେତନ ।

ଶିକ୍ଷା ଅନୁଷ୍ଠାନ ଛାତ୍ର ଛାତ୍ରୀ ଗଣ

ସାଜି ଦିବ୍ୟ ଅଗ୍ରଦୂତ

ଜୁଲାଇ ପ୍ରଥମ ସପ୍ତାହେ ପାଳନ୍ତି

ମହୋତ୍ସବ ପ୍ରତିବର୍ଷ ।

ଦୃତ ଶିଳ୍ପାୟନ ସହରୀକରଣ

ଅଟେ ମହା ବିନାଶକ

ସବୁଜ ବନାନୀ ହୁଏ ଅବକ୍ଷୟ

ବୃଦ୍ଧି ପାଏ ପ୍ରଦୂଷକ ।

ସବୁଜ କୋଠରୀ ଦୂଷଣ ପ୍ରଭାବ

ଓଜୋନ ମଣ୍ଡଳ ଛିଦ୍ର

ବଢାଏ ଉତ୍ତାପ ବିଶ୍ୱତାପାୟନ

ପ୍ରପୀଡ଼ିତ ପ୍ରାଣୀ ସର୍ବ ।

ପ୍ରକୃତି ସୌନ୍ଦର୍ଯ୍ୟ ଭୂଜଳସ୍ତର

ମୃତ୍ତିକା ର ସଂରକ୍ଷଣ

ବନୀକରଣ ହିଁ କେବଳ ସୁରକ୍ଷା

ସମୟ ଶୁଭ ଆହ୍ୱାନ ।

  ---------------



Rate this content
Log in

Similar oriya poem from Inspirational