ବୃକ୍ଷ ଆଉ ମଣିଷ
ବୃକ୍ଷ ଆଉ ମଣିଷ
ତୁମେ ପଞ୍ଚ ମହାଭୂତରେ ଗଢ଼ା।
ମୋତେ ବି ସେହି ଉପାଦାନରେ ସ୍ରଷ୍ଟା ଗଢ଼ିଛି।
ତୁମେ ମାତୃ ଗର୍ଭରୁ ଜନ୍ମ ନେଉଛ....
ମୁଁ ଧରଣୀ ମା'ର ଗର୍ଭ ଚିରି ବାହାରିଛି ।
କାଟ ନାହିଁ ମୋତେ ...
ମୋ ଦେହରୁ ରକତ ଝରୁଛି।।
ତୁମେ ନିଶ୍ୱାସ-ପ୍ରଶ୍ବାସ ନେଉଛ
ମୁଁ ବି ତ ସେୟା କରୁଛି।
ତୁମେ , ମୁଁ ତ୍ୟାଗ କରୁଥିବା ଅମୃତ ଅମ୍ଳଜାନ ଗ୍ରହଣ କରୁଛ....
ମୁଁ ,ତୁମେ ଛାଡୁଥିବା ବିଷ ଅଙ୍ଗାରକାମ୍ଳକୁ ହଜମ କରୁଛି।
କାଟ ନାହିଁ ମୋତେ ....
ମୋ ଦେହରୁ ବି ରକତ ଝରୁଛି ।।
ତୁମେ ବି ଖାଦ୍ୟ ରାନ୍ଧୁଛ
ମୁଁ ବି ଖାଦ୍ୟ ରାନ୍ଧୁଛି...
ତୁମେ,ମୋତେ ଇନ୍ଧନ ରୂପେ ଜାଳୁଛ ,
ପ୍ରକୃତି ମୋତେ କ୍ଲୋରଫିଲ ଦେଇଛି।
କାଟ ନାହିଁ ମୋତେ ...
ମୋ ଦେହରୁ ରକତ ଝରୁଛି।
ତୁମ ଦେହରେ ଶିରା ଆଉ ଧମନୀ ଅଛି
ମୁଁ ବି ଯାଇଲେମ୍ ଆଉ ଫ୍ଲୋଏମ ଦ୍ୱାରା ମୋର ପୋଷାକ ଟାଣୁଛି।
କାଟ ନାହିଁ ମୋତେ...
ମୋ ଦେହରୁ ବି ରକତ ଝରୁଛି।
✍ବଳରାମ ବାରିକ
