STORYMIRROR

Sanjukta Padhi

Classics

3  

Sanjukta Padhi

Classics

ବରଗଛର ଆତ୍ମ କାହାଣୀ

ବରଗଛର ଆତ୍ମ କାହାଣୀ

1 min
271


ମୋର କ'ଣ ଯେ ହେବ

ମୁଁ ଥୁଣ୍ଟା ଗଛଟିଏ,

ଯେତେବେଳେ ଯାହା ଇଚ୍ଛା

ଯିଏ ପାରେ ସିଏ କହିଦିଏ

ଉପରେ କଳା ବାଦଲ

ତଳେ ଅଙ୍କାବଙ୍କା ରାସ୍ତାଟି

ଯେତେବେଳେ ମୁଁ ଲମ୍ବି ଯାଏ

ଲୋକ ଙ୍କ ଆଖିରେ ଲାଗେ

ବହୁଛି ମୁଁ ଅନେକ ସମୟରେ

ହିମାଚଳ ରୁ କନ୍ୟା କୁମାରୀ

ଶାଳବଣରୁ ଆଖୁ କିଆରୀ

ଦେଖିବା ଆଗରୁ ସମସ୍ତେ

ବଖାଣି ଯାଆନ୍ତି ଯେ କେତେ

ରଖେନାହି ମୁଁ ଦୁଃର୍ଭାଵନ

ନାହିଁ ଅନୁ ଶୋଚନା, 

ଯେତେ ଛିଞ୍ଚାଡିଲେ ଲୁଣ

ମୋ କଟା ଘାରେ ବାଜେ ନାହିଁ

ମୁଁ ବାଜ ପକ୍ଷୀ ନୁହେଁ

ଉଡି ପାରେନି ଡେଣା ନାହିଁ

ମୁଁ ଗାଲିଶି ଥିବା ମାଛ ନୁହେଁ

ମୁଁ ବୁଡି ବି ପାରେ ନାହିଁ

ମୋ ବିସ୍ତୃତ ଚେର ସ୍ଵତନ୍ତ୍ର

ମୁଁ ମରୁ ମରୁ ବଞ୍ଚି ପାରେ

ରକ୍ତ ଅଛି କି ନା ଜାଣେନି

ମୋ ନିସ୍ତେଜ ଧମନୀ ରେ

ମୁଁ ଫଳ ଦିଏ ଛାଇ ଦିଏ

ବକ୍କଳ ଓ ଆଶ୍ରା ବି ଦିଏ ,

ତଥାପି ମୁଁ ବଂଚି ବାକୁ ଚାହେଁ

ବୁଝିବାକୁ ଚେଷ୍ଟା କର

ମୁଁ ଆତତାୟୀ ନୁହେଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics