STORYMIRROR

Bidyadhar Mantry

Abstract Classics Inspirational

3  

Bidyadhar Mantry

Abstract Classics Inspirational

ବୃଦ୍ଧାଶ୍ରମେ ବିତେ ଦିନ

ବୃଦ୍ଧାଶ୍ରମେ ବିତେ ଦିନ

1 min
207


ହୃଦୟ ବିଶାଳ କରି ପିତାମାତା

ଆଦରିଲେ ନବଜାତ

ଘର ସ୍ଵର୍ଗପୁର ବୈକୁଣ୍ଠ ସମାନ

ଭାବନା ଥିଲା ଜଡ଼ିତ

ବୋଳି ହୋଇ ବାତ୍ସଲ୍ୟ ମମତା ରସ

ଛାତିରେ ଛାତି ଲଗାଇ

ଭୁଲି ଯାଇ ସକଳ ଦୁଃଖ ଯନ୍ତ୍ରଣା

ଶ୍ରଦ୍ଧାରେ ନେଲେ କୋଳେଇ

ସମୟ ର ତାଳେ ତାଳେ ଅଗ୍ରସର

ହସ ଖୁସି ପରିବାର

ଗୁରୁଣ୍ଡି ଗୁରୁଣ୍ଡି ଘର ଅଗଣାରେ

କାୟା ହୋଇଲା ବିସ୍ତାର

ଥଙ୍ଗ ଥଙ୍ଗ ଡାକ ଶୁଭିଲା କାନରେ

ତୁହାକୁ ତୁହା ମା ଓ ମା 

ମା ମନ ଖୁସିରେ ନାଚି ଉଠୁଥିଲା

ଶୁଣି ଦରୋଟି ଡାକ " ମା"

ଘର କାନ୍ଥ ବାପାର ଆଙ୍ଗୁଠି ଧରି

ହେଲା ଠିଆ ଅଚାନକ

ପାଦ କ୍ରମେ କ୍ରମେ ଆଗକୁ ବଢିଲା

ବାପା ଥିଲେ ସହାୟକ

ଘୋଡ଼ା ହେଲେ ବାପା ଘର ଅଗଣାରେ

ପିଠିରେ ସ୍ନେହ ବୁଜୁଳା

ବସିଲେ ଘୋଡ଼ା ଉପରେ ବେଶି ଖୁସି 

ନିତି ବାପା-ଘୋଡ଼ା ହେଲା

ମା ହାତ ରନ୍ଧା ସତେ ଅବା ଅମୃତ 

ଯେବେ ଖୁଆଇଲେ ହାତେ

ବାପା-ମା ଚଳନ୍ତି ଜୀବନ୍ତ ଦେବତା

ମନ ମନ୍ଦିରରେ ପ୍ରତେ ।


ବୟସର ଦୃତ ଗତିପଥ ତାଳେ

ନାଚି ସନ୍ତାନ ସନ୍ତତି

ସାମାଜିକ ନୀତି ପ୍ରଥା ପରିଚୟ 

ହେଲେ ଶିକ୍ଷା ଦୀକ୍ଷା ପ୍ରାପ୍ତି

ବୟସର ଖରାବେଳ ଉପନୀତ

ସୂପାତ୍ରରେ କନ୍ୟା ଦାନ

ପୁତ୍ର ହାତ କୁଳ ବଧୂ ସହ ଯୋଡ଼ି

ଘର-ସ୍ଵର୍ଗ ସମର୍ପଣ

କୁଳ-ପ୍ରଦୀପ ପୁତ୍ର ସନ୍ତାନ ସହ

ବିତେ ବୃଦ୍ଧ-କାଳେ ଦିନ

ସ୍ଵର୍ଗ ପୁର ଅକ୍ତିଆର ପରେ ପରେ

ଦେବତାଙ୍କୁ ଆକ୍ରମଣ

ଦୈତ୍ୟ ମୁଖା ପିନ୍ଧି କୁଳର ନନ୍ଦନ 

ଭୁଲେ ହିତାହିତ ଜ୍ଞାନ

ସୁରକ୍ଷା ବଳୟ କରି ଅନ୍ୱେଷଣ

ବୃଦ୍ଧାଶ୍ରମେ ବିତେ ଦିନ


ମାନବିକତା-ହୀନ ନିଷ୍ଠୁର ହୃଦେ

ଭୁଲି ନିଜ ପିତାମାତା

ସ୍ବାର୍ଥ ବିଜଡ଼ିତ ସୁଖର ଲାଳସା

ଭୁଲି ଯାଏ ପଛ କଥା

ଆଧୁନିକ ସଭ୍ୟତାର ଆଢ଼ୁଆଳେ

ଉଗ୍ର ମନୋଭାବ ଚିନ୍ତା

ନିହାତି ଅଲୋଡ଼ା ଓ ଅଦରକାରୀ 

ପରିଚିତ ପିତାମାତା

ବୃଦ୍ଧାଶ୍ରମେ ରହି ମଙ୍ଗଳ ମନାସି

ହେଜେ ଅତୀତର କଥା

ନ ଶୋଇ ରାତିରେ କେତେ ପୂଜା ପାଠ

ପିଲା ଯେବେ ଅସୁସ୍ଥତା

ଆଶା ଓ ଭରସା ବସା ବାନ୍ଧି ଥିଲା 

ଦିନ ବିତିବ ସୁଖରେ

ବୈକୁଣ୍ଠ ସମାନ ସେହି ଘର ଅଛି

ବିନା ଦେବୀ-ଦେବତା ରେ

ଦୈତ୍ୟ ରାଜୁତି ପରେ ପରେ ବୈକୁଣ୍ଠ

ହୋଇଅଛି ଛାରଖାର

ଦୂରେ ଥାଇ ଦେବ-ଦେବୀ ଆଶୀର୍ବାଦ

ପରୋକ୍ଷରେ ଶୁଭଙ୍କର ।


ହେ କୁଳ-ନନ୍ଦନ କୁଳର-ପ୍ରଦୀପ

ନିଜ ଧର୍ମ ନିଜେ ରଖ

ଅସତ୍ୟ ପଥରୁ ଫେରିଆସି ଥରେ

ପିତାମାତା ନାମ ରଖ ।



Rate this content
Log in

Similar oriya poem from Abstract