STORYMIRROR

Ajayakumar Mohanty

Fantasy

4  

Ajayakumar Mohanty

Fantasy

ବରାଦି ଲେଖା

ବରାଦି ଲେଖା

1 min
39

ବରାଦି ଲେଖା

,,,,,,,,,,,,,,,,,,,,,

ବରାଦି ଲେଖାରେ ନଥାଏ ଭାବ 

ଶବ୍ଦ ସଂଯୋଜନା ହୁଏ ଅଭାବ। 

ଖାଲି ଆଡ଼ମ୍ବର ଶବ୍ଦ ଖଞ୍ଜିଲେ 

ମନର ଭାବ କି ଫୁଟଇ ଭଲେ। 

ମନ ଗହ୍ୱରରୁ ଆତ୍ମା କୁଞ୍ଜରୁ 

ହୃଦୟ ଭିତରୁ ଶବ୍ଦ ଝଙ୍କାରୁ। 

ଉପମା ମାଧୁରୀ ଶବ୍ଦ ଚାତୁରୀ 

ଭାବପୂର୍ଣ୍ଣ ଲେଖା ସୁନ୍ଦର ଭାରି। 

ଉଦ୍ଭଟ ଅଦ୍ଭୁତ ଉପମା ଦେଇ 

ଚମକାଇ ଦେବେ ଭାବନ୍ତି କେହି। 

ନ କିଣି ପାରିଲେ ପାଠକ ମନ 

ଅସାର ଲେଖନୀ ହୁଅଇ ଜାଣ। 

କବିର କବିତା ଆହା କି ମିଠା 

ଗୁଣୁ ଗୁଣୁ ହେଲେ ସେହି କବିତା। 

କବି ପଣେ ସେ ଯେ କାଳ କାଳକୁ 

ଯଶ ରଖିଯାନ୍ତି ଯୁଗ ଯୁଗକୁ। 

ଗାଳ୍ପିକ ଲେଖନ୍ତି କେତେ ଯେ ଗପ 

ବିଭୋର ପାଠକେ ଛାଡ଼ନ୍ତି ଛାପ। 

କବିତାରୁ ଗଳ୍ପ ଗଳ୍ପୁ କବିତା 

ଅମର ଲେଖନୀ ଜଗତ ଜିତା ।

 ସମାଜରେ ଆଣେ ସେ ଜାଗରଣ 

ଜାଗଇ ସମାଜ ଜନତା ଗଣ। 

କବିତା ହେଉ କି ଗପଟେ ହେଉ 

ଯୁଗ ଯୁଗ ପାଇଁ ଅମର ସେହୁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy