ବୋଉ
ବୋଉ
"ବୋଉ" ଲୋ ତୁ! ତ
ଚାଲିଗଲୁ, ଆଉ ମୋତେ
ବି ବୋଉ ବଦଳରେ ଗୋଟେ
"ମମି" ସରାଗ ମିଳିଲା। ତୁ, ତ
ଉପରେ ଥାଇ ସବୁ ଦେଖି ପାରୁଥିବୁ।
ଟି-ପୟ ଉପର ଗରମ ଚା'
କପ୍-ଟା ସିନା ଖସେଇଦେଲି
ବୋଲି ତୁ ମତେ ଧନ! ଲୋ ତୋର
କିଛି ହେଲାକି ପଚ଼ାରୁଥିଲୁ ହେଲେ
ମୋ ମମି ମୋତେ ସିଧା ଘର
ଭିତରେ ବନ୍ଦ କରି ରଖି ଦଉଛି,ବହୁତ
ଭୋକ ଲାଗୁଛି ଲୋ; ପୁରୁଣା ଉଇ
ଲଗା ଖାତା ର କାଗଜ ଗୁଡ଼ା ଲୁହରେ
ବତୁରି ଖାଇ ଦଉଛି।
ମୋ, ଜନ୍ମ
ଦିନରେ ସିନା ତୁ' ବାର ଦିଅଁ
ତେର ପୂଜା କରୁଥିଲୁ, ହେଲେ
ମୋ ମମି ତ ଏବେ କହୁଛି ମୁଁ
କୁଆଡ଼େ ବଡ଼ ହେଇଗଲିଣି ଆଉ
ପାଳିକି ପଇସା କାହିଁ ନଷ୍ଟ କରିବୁ।
ବାପା ଙ୍କ ନାଲି ଆଖି ଆଗରେ ତୁ ସିନା
ପଣତ କାନି ରେ ଘୋଡ଼େଇ ଦଉଥିଲୁ
ହେଲେ ଏବେ ତ ମମି ମୋତେ ମାଡ଼
ଖାଇଲା ବେଳେ ଭିଡ଼ି ଧରୁଛି। ଭାରି
କାଟୁଛି ଲୋ।
ତୁ, ତ ମିଛେଇ ଟା
ଲୋ ବୋଉ ନିଜେ ନ ଖାଇ ମୋତେ
ସବୁ ପରଶି ଦଉଥିଲୁ ଆଉ ପାଣି
ଗିଲାସେ ସାଥେ ମୋ ମୁହଁ ର ହସରେ
ତୋର ରାତି ପାହି ଯାଉଥିଲା। ହେଲେ
ଏବେ ତ "ରକି" ଆଉ "ପିଙ୍କି" ଖାଇ
ସାରିବା ପରେ ।
ଆଉ କେବେ ରାଗିବିନି ଲୋ
"ବୋଉ" ଫେରିଆ ତୁ। କିଛି ଅଝଟ
କରିବିନି। ମୋର ଲାଇଟ ଲଗା
ଖେଳନା ଦରକାର ନାହିଁ କି
ରିମଟ୍ ଲଗା କାର ଲୋଡ଼ା ନାହିଁ।
ମୋ କବିତା ସିନା ତୋତେ ଭଲ
ଲାଗୁଥିଲା ଲୋ; ବୋଉ ହେଲେ
ମମି ତ ଏବେ ସବୁ ଚିରି ପକୁଡ଼ି ଠୁଲି
ବନେଇ ଦେଲାଣି।
ଆଉ ପାରୁନି ଲୋ ବୋଉ ମୋତେ
ନୋହିଲେ ତୋ ପାଖକୁ ନେଇଯା !!
