ବୋଉ
ବୋଉ
ବୋଉ ଡାକ ନୁହେଁ ଛୋଟିଆ ଡାକଟେ
ବୁଝିବା ବ୍ୟକ୍ତି ହିଁ ବୁଝିବ
ଯେଉଁଦିନ ବୋଉ ଡାକ ବୁଝିଗଲା
ଜୀବନ ସାର୍ଥକ ହୋଇବ ।
ଏଇଦୁନିଆଁ କୁ ଦେଖେଇଲା ଯିଏ
ଦସମାସ ଗର୍ଭେ ଧରି
ନିଜ ଖିର ଦେଇ ବଡ଼ କରାଇଲା
ଲାଳନ ପାଳନ କରି ।
ଏଇ ଦୁନିଆଁ ରେ ଯେତେ ବି ଅଛନ୍ତି
କେହିନୁହେଁ ତାହା ପରି
ବୋଉ ହିଁ ସ୍ୱର୍ଗ ବୋଉ ହିଁ ଗର୍ବ
ବୋଉ ହିଁ ଆଶିଷ ଧାରୀ ।
ବୋଉ ବୋଉ ବୋଲି ଥରେ ଡାକିଦେଲେ
ମନରେ ଜୋ ଶାନ୍ତି ମିଳେ
କହିପାରିବ କି ଆହେମୋର ବନ୍ଧୁ
ଆଉ କେଉଁଥିରେ ମିଳେ ।
ବୋଉ ସିନା ଦେଖେ ପୁଅର ପେଟକୁ
ଆଉ କିଛି ଦେଖେନାହିଁ
ସନ୍ତାନର ପେଟ ପୁରିଯାଇଥିଲେ
ଆଉ କିଛି ଚାହେଁ ନାହିଁ ।
ବୋଉ ଡାକ ଗୋଟେ ଏମିତି କା ଡାକ
ଶବ୍ଦ ନାହିଁ କହିବାକୁ
କେଡେ କେଡେ ଜ୍ଞାନୀ ଅବା ମହାଜ୍ଞାନୀ
ହାରିଛନ୍ତି ବୁଝିବାକୁ ।
ଶବ୍ଦ ଗ୍ରନ୍ଥରେ ଯେତେ ଅଛି ଶବ୍ଦ
ବୋଉ ଶବ୍ଦ ଅଟେ ନିଆରା
ବୋଉ ବିନା ଏଇ ଦୁନିଆରେ ସବୁ
ହୋଇଯିବେ ବେସାହାରା ।
ଖୁସିରେ ଯଦି ରହିବାକୁ ଚାହଁ
ମୋର ଅନୁରୋଧ ରଖିବ
ବୋଉର ସେବା ଯଦି ତୁମେ କର
ସୁନାର ସଂସାର ଗଢ଼ିବ ।