ବୋଉ
ବୋଉ
ବୋଉ ବୋଲି ଯେଉଁ ଦୁଇଟି ଅକ୍ଷର
ବାତ୍ସଲ୍ୟରେ ପରିପୂର୍ଣ୍ଣ
ବୋଉ ବୋଲି ସେହି ଅମୃତ ଶବ୍ଦଟି
ସତେ ପରା ଧାତୁ ସ୍ୱର୍ଣ୍ଣ
ବୋଉର ବିକଳ୍ପ ବୋଉର ପ୍ରତିଶବ୍ଦ
ନାହିଁ ଏତେ ମିଠାସ କାହିଁ
ବୋଉ ହେବାପାଇଁ ନୀଳଚକ୍ରବାନା
ନିଅଣ୍ଟ ପଡିବ ତହିଁ
ବୋଉର ଉପମା ସୀମା ପରିସୀମା
ମାପିବାକୁ ଶକ୍ତି କାହିଁ
ଶରଗ ଚାନ୍ଦ ଧରାଇ ହାତେ ସନ୍ତାନେ
ମହୁଭରା ବକ୍ଷରୁ ନିଗାଡି ଦେଇ
ସୁଖରେ ଦୁଃଖରେ ଆଶା ନିରାଶାରେ
ପରିପୂର୍ଣ୍ଣତା ପାରେ ଦେଇ
ବୋଉ ବୋଲି ଥରେ ଡାକିଦେଲେ
ଦୁଃଖ କଷ୍ଟ ଯାଏ ଦୂରେଇ
ବୋଉତ ମହାନ ବୋଉର ଆହ୍ୱାନ
ମିଳି ମିଶି ଚଳିବା ପାଇଁ
ପରିବାର ସଂହତି ସଂସ୍କୃତି ଭିତରେ
ବୋଉଟେ ଯାହାର ନାହିଁ
ଧୂଳି ଝାଡ଼ି ଦେହୁ କାଖ କୋଳ କରିନେବ
ମମତା ପଣରେ ଆଉ କେହି
ନିଜ ଦୁଃଖ ଢ଼ୋକି ସୁଖ ବାଣ୍ଟି ବାଣ୍ଟି
ଆହା ରାହା ସାହା ହୋଇ
ଖାଇଛୁକି ନାହିଁ ଧନରେ ମୋହର
ପଚାରିବ ଆଉ କେହି
ନେତ୍ର ପିତୁଳି ମୋ ଗଳାମାଳି ତୁହି
ବୋଉ ବୋଲି ଥରେ ଡାକିଦେଲେ ତୁହି
ଲୁହରେ ବତୁରି ଯାଇ
ଡାକୁଥାଏ ଧନ କାହିଁ ଗଲୁ ଶ୍ୟାମଘନ
ଭଲରେ ଥାଆ ତୁ ରହି ।।
