STORYMIRROR

Sunanda Mohanty

Abstract Children

4  

Sunanda Mohanty

Abstract Children

ବୋଉ

ବୋଉ

1 min
23


ବୋଉ ବୋଲି ଯେଉଁ ଦୁଇଟି ଅକ୍ଷର

ବାତ୍ସଲ୍ୟରେ ପରିପୂର୍ଣ୍ଣ

ବୋଉ ବୋଲି ସେହି ଅମୃତ ଶବ୍ଦଟି

ସତେ ପରା ଧାତୁ ସ୍ୱର୍ଣ୍ଣ

ବୋଉର ବିକଳ୍ପ ବୋଉର ପ୍ରତିଶବ୍ଦ

ନାହିଁ ଏତେ ମିଠାସ କାହିଁ

ବୋଉ ହେବାପାଇଁ ନୀଳଚକ୍ରବାନା

ନିଅଣ୍ଟ ପଡିବ ତହିଁ

ବୋଉର ଉପମା ସୀମା ପରିସୀମା

ମାପିବାକୁ ଶକ୍ତି କାହିଁ

ଶରଗ ଚାନ୍ଦ ଧରାଇ ହାତେ ସନ୍ତାନେ

ମହୁଭରା ବକ୍ଷରୁ ନିଗାଡି ଦେଇ

ସୁଖରେ ଦୁଃଖରେ ଆଶା ନିରାଶାରେ

ପରିପୂର୍ଣ୍ଣତା ପାରେ ଦେଇ

ବୋଉ ବୋଲି ଥରେ ଡାକିଦେଲେ

ଦୁଃଖ କଷ୍ଟ ଯାଏ ଦୂରେଇ

ବୋଉତ ମହାନ ବୋଉର ଆହ୍ୱାନ

ମିଳି ମିଶି ଚଳିବା ପାଇଁ

ପରିବାର ସଂହତି ସଂସ୍କୃତି ଭିତରେ

ବୋଉଟେ ଯାହାର ନାହିଁ

ଧୂଳି ଝାଡ଼ି ଦେହୁ କାଖ କୋଳ କରିନେବ

ମମତା ପଣରେ ଆଉ କେହି

ନିଜ ଦୁଃଖ ଢ଼ୋକି ସୁଖ ବାଣ୍ଟି ବାଣ୍ଟି

ଆହା ରାହା ସାହା ହୋଇ

ଖାଇଛୁକି ନାହିଁ ଧନରେ ମୋହର

ପଚାରିବ ଆଉ କେହି

ନେତ୍ର ପିତୁଳି ମୋ ଗଳାମାଳି ତୁହି

ବୋଉ ବୋଲି ଥରେ ଡାକିଦେଲେ ତୁହି

ଲୁହରେ ବତୁରି ଯାଇ

ଡାକୁଥାଏ ଧନ କାହିଁ ଗଲୁ ଶ୍ୟାମଘନ

ଭଲରେ ଥାଆ ତୁ ରହି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract