STORYMIRROR

Hrushikesh Satpathy

Abstract Others

2  

Hrushikesh Satpathy

Abstract Others

ବୋଉ !

ବୋଉ !

1 min
13.6K


ବୋଉ ଲୋ.......!

ତୁ ବି ଜଣେ ନାରୀ ଥିଲୁ ।

ନାଲି ଟୁକୁ ଟୁକୁ ବୋହୁଟିଏ।

ପାଦରେ ନୁପୁର, ମଥାରେ ସିନ୍ଦୂର,

ମୁଣ୍ଡରେ ତୋ ନରମ ଓଢ଼ଣା,

ଆଖିରେ ତୋ' କଜଳର ଗାର,

ଓଠରେ ତୋ' ମିଠା ମିଠା କଥା।

ଅଗଣାରେ ଚାଲୁଥିଲୁ

ଦାଣ୍ଡ ହସି ଉଠୁଥିଲା

ତୋ' ନମ୍ରତାକୁ ଦେଖି

ଶତକଡ଼ା ଶହେ,

ଓଡ଼ିଆ ଘରର ବୋହୁଟିଏ।

ସକାଳର ସୁନେଲି ଖରା

ବି ହାର୍ ମିଳୁଥିଲା।

ସଞର ଆଳତୀରେ

ତୁ ଆହୁରି ତେଜିଆନ୍ ଦିଶୁଥିଲୁ।

ବୋଉ ଲୋ........!

ବୋହୁ ଠାରୁ ହେଲୁ ତୁହି ମା' !

ତୋ'କୋଳରେ ଶୋଇ

ମୁଁ ସଂସାରକୁ ମାପୁଥିଲି।

ଗୁଲୁ ଗୁଲୁ ଗପ

ମିଠା ମିଠା ସ୍ଵପ୍ନ ଦେଖୁଥିଲି।

କଥା ପଦିଏରେ ଅମୃତ ଝରୁଥିଲା।

ତୋ ପଣତର ପ୍ରେରଣାରେ

ସ୍ନେହ ଝରୁଥିଲା।

ଏବେ ତାହା ବାଣ୍ଟି ମୁଁ ଚାଲିଛି।

ବୋଉ ଲୋ........!

ତୁ ଜାୟା,ତୁ ନାରୀ,

ତୁ ଗଙ୍ଗା,ତୁ ଗୌରୀ

ଶ୍ରାବଣୀ ତୁ,ତୁହି ସୌଦାମିନୀ

ସବୁ ରୂପେ ଜଗତରେ

ବଳିଷ୍ଠ ବ୍ୟକ୍ତିତ୍ଵ।

ସର୍ବୋପରି,ସୁକନ୍ୟା ତୁ

ନାରୀ ଜଗତର ମହିୟସୀ ପ୍ରତିନିଧି।

ମମତା,ବନ୍ଧନ ଆଉ ପ୍ରେରଣାର ଉତ୍ସ।

ଦେବା ପାଇଁ ନାହିଁ କିଛି ଆଉ

ଚରଣେ ପ୍ରଣାମ କଲି

ଭକ୍ତିପୂତ ଶରଧା ଅଞଳି

ଜନ ହିତ ପାଇଁ

ମୋ କ୍ଷୁଦ୍ର ଅର୍ପଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract