STORYMIRROR

Sunita Barik

Classics

3  

Sunita Barik

Classics

ବୋଉ ତୁ ଏମିତି

ବୋଉ ତୁ ଏମିତି

1 min
362

ବୋଉ ତୁ ଏମିତି

ମୋ ହେତୁ ପାଇବା ଦିନୁଁ

ଆଜିଯାଏଁ ସବୁବେଳେ ତୁ ଏମିତି

କେତେ ଆକଟ କେତେ ଭଲପାଇବା

ତା ଭିତରେ ଭଲ ମଣିଷଟିଏ ହେବାର

ଭରପୁର ନୀତି ଶିକ୍ଷା

ସେ ବାଟରୁ ପଡିଥିଵା ଜିନିଷ କୁ

ନଗୋଟେଇ ଘରକୁ ଆଣିବା ହେଉ କି

କାହା ଆଗରେ ହାତ ପାତି ଗୋଡ଼ ଭାଙ୍ଗି

ଠିଆ ନହେବା ପାଇଁ ହେଉ

ଜୀବନର ପ୍ରତିଟି ପରିସ୍ଥିତି ରେ ଧ୍ୟୈର୍ଯ୍ୟହରା

ନ ହୋଇ ଇଶ୍ଵର ଙ୍କ ଉପରେ

ଵିଶ୍ଵାସ ର କଥା ହେଉ

ପ୍ରତିଥର ପିଲା ରୁ ଆଜିଯାଏଁ

ଶିଖେଇ ଆସିଛୁ ଜୀବନ ଦର୍ଶନ ର କଥା

ଵେଳେ ବେଳେ ମୁଁ ଆଶ୍ଚର୍ଯ୍ୟ ହୁଏ

ଅଳ୍ପ ପାଠୋଇ ମୋ ଗାଉଁଲି ଵୋଉଟା

ଏତେ କଥା ସବୁ କେଉଁଠୁ ଶିଖିଛି

ବୋଉ କୁହେ ତା ପିଲାବେଳ କଥା

ତା ବାପା ମାଆ କଥା

ଅଜାଙ୍କ ର ଘରେ ଗୀତା ଭାଗବତ କଥା

ଆଉ ଆଇ ର କଷି ବାଇଗଣ ଆଉ ଭେଣ୍ଡି ପୋଡ଼ା କଥା

କହିଲା ବେଳେ ତା ଆଖି ଲୁହେଇ ଯାଏଁ

କାଳେ ଧରାପଡ଼ି ଯିବ ସେ ମୋଠୁ

ଦୂରକୁ ଚାଲିଯାଏ କାମ ର ଵାହାନାରେ

ମୋ ବୋଉ ଇଶ୍ଵର ଙ୍କୁ ଭଲ ପାଉଥିବା

ତାଙ୍କ ଉପରେ ଅଗାଧ ଵିଶ୍ଵାସ ରଖିଥିବା

ଏକ ସରଳ ନିଷ୍କପଟ ମଣିଷ ଟି ଏ

ଏମିତି ହିଁ ମୋ ବୋଉ

ଯେ ଆଜି ଯାଏଁ ଦୁଃଖ ଭିତରେ ବି

ସୁଖର ସନ୍ଧାନ ରେ ଥାଏ

ଆଉ ମୋତେ ସବୁବେଳେ ବୁଝାଏ

ଇଶ୍ଵର ଙ୍କ ଉପରେ ଆସ୍ଥା ଓ ବିଶ୍ବାସ ରଖିବା ପାଇଁ

ମୁଁ ସନ୍ଦେହ ଘେରରେ ଏଯାବତ୍ ଅଛି

ବାସ୍ତବରେ କ'ଣ ମୋ ବୋଉ ର ଇଶ୍ଵର ଙ୍କ

ପ୍ରତି ସମର୍ପିତ ଜୀବନ ରେ

ସତରେ କଣ ଇଶ୍ଵର ମୋ ବୋଉ କୁ

ସେତିକି ଭଲ ପାଉଥିଵେ

ନା ପରୀକ୍ଷା ର ଆଳରେ

ଜୀବନ ର ଶେଷ ପର୍ଯ୍ୟନ୍ତ ଏମିତି

ହନ୍ତସନ୍ତ କରୁଥିଵେ

ଆଉ ମୋ ବୋକି ବୋଉଟା

ସେଥିରେ ବି ତାର ସୁଖ ର ପ୍ରାପ୍ତି କୁ ଉପଲବ୍ଧ

କରିବାର ପ୍ରଚେଷ୍ଟା ରେ ଲାଗିରହିଥିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics