STORYMIRROR

Banali Dash

Tragedy

2  

Banali Dash

Tragedy

ବୋଉ' କୁ ଚିଠି ଟେ

ବୋଉ' କୁ ଚିଠି ଟେ

1 min
13.7K



ବୋଉ ଲୋ' ,

ତୋ' କଥା କାହିଁ ଆଜି ମୋ'ର ଭାରି ମନେ ପଡୁଚି !

ଜାଣେନା କ'ଣ ପାଇଁ?

ବୋଧହୁଏ ତୁ କଷ୍ଟ ସହି ମୋତେ ଜନ୍ମ ଦେଇଥିଲୁ ବୋଲି।

ଯଦି ଜୀବନର ମାନେ ଯନ୍ତ୍ରଣା,

କ'ଣ ପାଇଁ ଅବା କେଉଁ କାରଣୁ,

ଶ୍ରଦ୍ଧା କରେ ଏ ମଣିଷ ସମାଜ ; କ୍ଷଣସ୍ଥାୟୀ ଜୀବନକୁ?

ଆଜି ଅଛି କାଲି କି ନଥିବ,

ପାଣି ଫୋଟକା ପରି ମିଳେଇଯିବ

ସୁଖ ଆଉ ଦୁଃଖର, ସ୍ୱପ୍ନ ଆଉ ପରିକଳ୍ପନାର

ଫେଣ୍ଟାଫେଣ୍ଟି କରିଦେବ ଏକ ସମ୍ମିଶ୍ରଣ।

କିନ୍ତୁ ମୁଁ ତୋତେ କେତେ ଭଲପାଏ,

ତୁ ବୋଧହୁଏ ଜାଣିନୁ

କେମିତି ବା ଜାଣିବୁ!

କାରଣ ଆଜିଯାଏଁ ତ ତୋତେ ସୁଖର ବୁନ୍ଦାଟେ ବି ଦେଇପାରିଲିନି ଝିଅ ହିସାବରେ,

ଜୀବନର ଆଦ୍ୟାନ୍ତରୁ।

କେତେ ଆଶା ନ କରିଥିଲୁ ତୁ

ମୋ'ର ଉଜ୍ବଳ ଭବିଷ୍ୟତଟେ ଲାଗି!

ପରିକଳ୍ପନା କ'ଣ ତୁ କରି ନଥିବୁ

ଗୋଟେ ସୁନେଲୀ ସୂର୍ଯ୍ୟର ନୂତନ ଆଗମନୀର!

ବାନ୍ଧି ରଖିନଥିବୁ କ'ଣ ,

କାନିରେ ମୁଠାଏ ସପନ ;

ବାସ୍ତବତା ଆଉ ଅବାସ୍ତବତା ର!

କିନ୍ତୁ ଆଜିଯାଏଁ ସିନା ଦେଇପାରିଲିନି

ସୁଖରୁ କାଣିଚାଏ ବି ତତେ

ଅର୍ଦ୍ଧ ପ୍ରସ୍ଫୁଟିତ ଅବସ୍ଥାରେ,

ଚେଷ୍ଟା କରୁଛି ପୂର୍ଣ୍ଣ ମାତ୍ରାରେ ପ୍ରସ୍ଫୁଟିତ ହେବାକୁ

ଦେବାକୁ ତତେ ସୁବାସର ବିନ୍ଦୁ ବିନ୍ଦୁ ମୋତି,

ନିଜର ସ୍ୱୟଂ ସମ୍ପୂର୍ଣ୍ଣତାର ଉପଲବ୍ଧିରେ

ଆଉ କିଛି ଆଶା ଅଭିଳାଷା ପୂର୍ଣ୍ଣ

ଉସ୍ଛାହ ଓ ଉଦ୍ଦୀପନାରେ।

(ଇତି)

ତୋ'ର ଅକିଞ୍ଚନା କନ୍ୟା'


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy