STORYMIRROR

Debabrata Mishra

Classics Inspirational Others

4  

Debabrata Mishra

Classics Inspirational Others

ବୋଉ କାନ୍ଦିଲେ

ବୋଉ କାନ୍ଦିଲେ

1 min
164


ବୋଉ କାନ୍ଦିଲେ

ଥରହର ହୁଏ ଏ ଶରୀର ଓ ମନର ଅବନୀ

ଛଳଛଳ ହୋଇଯାଏ ଏ ନିଷ୍ଠୁର ଦୁଇ ନୟନ, 

କିଛି କ୍ଷଣ ଦୁର୍ବଳ କରିଦିଏ ତା' ଲୁହଟୋପା

କଷ୍ଟଲାଗେ ନିଜକୁ ଲୁହକୁ ରଖି ଗୋପନ ।


ବୋଉ କାନ୍ଦିଲେ

ହଜିଯାଏ ବୁଦ୍ଧି ଭାଙ୍ଗିଯାଏ ନୀରବ ପାହାଡ଼

କ୍ରୋଧର ବହ୍ନି ଜଳିଯାଏ ଅନ୍ତରେ ଅନ୍ତରେ, 

କାରଣ ଖୋଜେ କିଏ ସେ କାରଣ ଅଶ୍ରୁର

ଭାବବିହ୍ୱଳିତ ପ୍ରଶ୍ନ ଲୁହ କାହିଁ ସେ ଆଖିରେ ।


ବୋଉ କାନ୍ଦିଲେ

ନା ଭୋକ ହୁଏ ନା ଆସେ ଆଖିକୁ ନିଦ

ସକାଳବି ଅନ୍ଧକାର ରାତିପରି ଲାଗେ,

ହସିବାର ସୁଖର ମୂଳ କାରଣ ହଜିଯାଏ

ହସୁ ସେ ତେଣୁ ପ୍ରଭୁ ପାଶେ ଭିକ୍ଷା ମାଗେ ।


ବୋଉ କାନ୍ଦିଲେ

ସାରା ସଂସାରର ସୁଖ ମିଛ ତୁଚ୍ଛ ଲାଗେ

ଲାଗେ ସତେ ପ୍ରକୃତି କାନ୍ଦୁଛି ଏକାକୀ, 

ମନକୁ ପ୍ରଶ୍ନ ଆସେ ତୁ ନୁହେଁ ତ କାରଣ

କର୍ତ୍ତବ୍ୟରେ କିଛି ରହିଗଲା କି ବାକି । 




Rate this content
Log in

Similar oriya poem from Classics